ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ'ଣ କହୁଛି ଆପଣଙ୍କର ରାଶି - ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ଆଶ୍ୱିନ ମଳ ଶୁକ୍ଳପକ୍ଷ ତୃତୀୟା ପ୍ରାତଃ ୦୫:୩୯:୨୦ ଗତେ ଚତୁର୍ଥୀ (କ୍ଷୟ), ରାତ୍ରି ୦୨:୨୭:୨୦ ଗତେ ପଞ୍ଚମୀ ତିଥି। ତୁଳାଚନ୍ଦ୍ର ଅହୋରାତ୍ର। ସ୍ୱାତୀ ରାତ୍ରି ୧୦:୫୨:୨୯ ଗତେ ବିଶାଖା ନକ୍ଷତ୍ର। ଅଦ୍ୟ ତ୍ର୍ୟହସ୍ପୃକ ଯୋଗ ହେତୁ ସ୍ନାନ, ଦାନ, ହୋମାଦି କରଣୀୟ। ପଣ୍ଡିତ ଶ୍ରୀରାମଶର୍ମା ଆଚାର୍ଯ୍ୟଙ୍କ ଆବିର୍ଭାବ ଦିବସ (୨୦-୦୯-୧୯୧୧)। ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଆବିର୍ଭାବ ଦିବସ (୨୦-୦୯-୧୯୨୬)। ତୃତୀୟା ତିଥିରେ ପୋଟଳ, ପ୍ରାତଃ ୦୫:୩୯:୨୦ ଗତେ ଚତୁର୍ଥୀ ତିଥିରେ ମୂଳା ଏବଂ ରାତ୍ରି ୦୨:୨୭:୨୦ ଗତେ ପଞ୍ଚମୀ ତିଥିରେ ବେଲ ଓ ପଣସ ଭକ୍ଷଣ ନିଷେଧ।