Dailyhunt
ଜୁନ୍ ୧୦ରୁ ଆରମ୍ଭ ହେବ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ

ଜୁନ୍ ୧୦ରୁ ଆରମ୍ଭ ହେବ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ

OdishaLIVE 5 years ago

ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ୍ ମାସ ୧୦ ତାରିଖରୁ ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ। ପ୍ରଥମେ ଭଗବାନ ଶିବଙ୍କୁ ପୂଜା କରିବା ପରେ ସେଠାରେ ଏହି ସୁବିଶାଳ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଳ ନୟନ ଦାସ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଜୁନ୍ ୧୦ ତାରିଖ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାଚୀନ କୁବେର ଟୀଲାରେ ଥିବା ଭଗବାନ ଶିବଙ୍କ ପୂଜା କରାଯିବ। ଏହାପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।

ପ୍ରଭୁ ରାମଚନ୍ଦ୍ର ଲଙ୍କାଜୟ କରିବା ପୂର୍ବରୁ ରାମେଶ୍ୱରମରେ ଭଗବାନ ଶିବଙ୍କୁ ଆରାଧନା କରିଥିଲେ।

ତେଣୁ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଭଗବାନ ଶିବଙ୍କ ପୂଜା କରିବା ନିହାତି ଆବଶ୍ୟକ ବୋଲି ମହନ୍ତ କମଳ ନୟନ ଦାସ କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୁଦ୍ରାଭିଷେକ ପ୍ରତ୍ୟେକ କାର୍ଯ୍ୟର ଆରମ୍ଭରେ ଆବଶ୍ୟକ ପଡ଼ିଥାଏ। ତେଣୁ ରାମ ମନ୍ଦିର ନିର୍ମାଣ ପୂର୍ବରୁ ଭଗବାନ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିବା ନିହାତି ଆବଶ୍ୟକ।

ରାମ ମନ୍ଦିର ନିର୍ମାଣ ପାଇଁ ରହିଥିବା ପଥରକୁ କଟାଯିବା ସହିତ ସେଠାରେ ସମତଳ କାମ ମଧ୍ୟ ଶେଷ ହୋଇଛି। ତେଣୁ ଜୁନ୍ ୧୦ ତାରିଖରୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live