ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାରେ କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ଆକ୍ରାନ୍ତ। ଫଳରେ ରାଜ୍ୟରେ ଏବେ କରୋନା ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି।
ଗଞ୍ଜାମର ଜଣେ ୫୫ ବର୍ଷୀୟ ବ୍ୟକ୍ତି କିଛି ଦିନ ତଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ହେଲେ ସେ ଏବେ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି।
ଏହି ବ୍ୟକ୍ତିଜଣକ କରୋନା ପଜିଟିଭ୍ ହେବା ସହିତ ଯକ୍ଷ୍ମା ଓ ଅନ୍ୟ କେତେକ ରୋଗରେ ମଧ୍ୟ ପୀଡିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୱେବସାଇଟ ଜରିଆରେ କୁହାଯାଇଛି।
ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି।
ସେଥିମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ ରହିଥିବାବେଳେ କଟକର ଜଣେ ସାମିଲ୍ ଅଛନ୍ତି।

