ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଶେଷ ହୋଇଛି। ବିନା କୌଣସି ଭକ୍ତରେ ଏଥର ମହାପ୍ରଭୁଙ୍କର ଏହି ଦିବ୍ୟସ୍ନାନ ନୀତି ସମ୍ପନ୍ନ ହୋଇଛି। ତେବେ ଏହି ସମୟରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ଗଜପତିଙ୍କ ବଦଳରେ ମୁଦିରସ୍ତଙ୍କ ଛେରାପହଁରା। ଏହି ମୁଦିରସ୍ତ ସେବା କ'ଣ ଏବଂ ଚଳିତ ବର୍ଷ ଛେରାପହଁରା କରିଥିବା ଏହି ମୁଦିରସ୍ତ ଜଣକ କିଏ ଏବେ ତାକୁ ନେଇ ଅନେକ ପ୍ରଶ୍ନ ଦେଖାଦେଇଛି। କିଏ ଏହି ମୁଦିରସ୍ତ ? ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଜଣେ ୧୭ ବର୍ଷୀୟ ମୁଦିରସ୍ତ ଗଜପତିଙ୍କ ବଦଳରେ ଛେରାପହଁରା କରିଥିଲେ।