Dailyhunt
କିଏ ଏହି ମୁଦିରସ୍ତ? ଯିଏ ସ୍ନାନପୂର୍ଣ୍ଣିମାରେ କରିଥିଲେ ଛେରାପହଁରା

କିଏ ଏହି ମୁଦିରସ୍ତ? ଯିଏ ସ୍ନାନପୂର୍ଣ୍ଣିମାରେ କରିଥିଲେ ଛେରାପହଁରା

OdishaLIVE 5 years ago

ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଶେଷ ହୋଇଛି। ବିନା କୌଣସି ଭକ୍ତରେ ଏଥର ମହାପ୍ରଭୁଙ୍କର ଏହି ଦିବ୍ୟସ୍ନାନ ନୀତି ସମ୍ପନ୍ନ ହୋଇଛି। ତେବେ ଏହି ସମୟରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ଗଜପତିଙ୍କ ବଦଳରେ ମୁଦିରସ୍ତଙ୍କ ଛେରାପହଁରା।

ଏହି ମୁଦିରସ୍ତ ସେବା କ'ଣ ଏବଂ ଚଳିତ ବର୍ଷ ଛେରାପହଁରା କରିଥିବା ଏହି ମୁଦିରସ୍ତ ଜଣକ କିଏ ଏବେ ତାକୁ ନେଇ ଅନେକ ପ୍ରଶ୍ନ ଦେଖାଦେଇଛି। କିଏ ଏହି ମୁଦିରସ୍ତ ?

ଚଳିତବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଜଣେ ୧୭ ବର୍ଷୀୟ ମୁଦିରସ୍ତ ଗଜପତିଙ୍କ ବଦଳରେ ଛେରାପହଁରା କରିଥିଲେ।

ତାଙ୍କର ନାଁ ହେଉଛି ଆଦିତ୍ୟ ନାରାୟଣ। ସେ ବଂଶାନୁକ୍ରମିକ ଭାବେ ଗଜପତିଙ୍କ ମୁଦିରସ୍ତ ଭାବେ ନିଯୁକ୍ତ ହୋଇଛନ୍ତି। ଚଳିତ ବର୍ଷ କରୋନା କଟକଣା ଥିବା ହେତୁ ଗଜପତି ସ୍ନାନମଣ୍ଡପକୁ ଯାଇପାରିନଥିଲେ। ତାଙ୍କ ବଦଳରେ ଗଜପତିଙ୍କ ମୁଦିରସ୍ତ ଆଦିତ୍ୟ ନାରାୟଣ ଏହି ନୀତି ସମ୍ପନ୍ନ କରିଛନ୍ତି।

' ଣ ଏହି ମୁଦିରସ୍ତ ସେବା ?

ଶ୍ରୀମନ୍ଦିର ପରମ୍ପରାରେ ମୁଦିରସ୍ତ ହେଉଛି ଏକ ବଂଶାନୁକ୍ରମିକ ସେବା। ଗଜପତି ମହାରାଜଙ୍କ ପରେ ମୁଦିରସ୍ତଙ୍କୁ ମହାପ୍ରଭୁଙ୍କ ଦ୍ୱିତୀୟ ସେବକ ବୋଲି ବିବେଚନା କରାଯାଇଥାଏ। ଗଜପତି ଯଦି କୌଣସି କାରଣରୁ ମହାପ୍ରଭୁଙ୍କ କୌଣସି ନୀତିରେ ଯୋଗ ଦେଇପାରନ୍ତି ନାହିଁ। ତାଙ୍କ ବଦଳରେ ମୁଦିରସ୍ତ ଗଜପତିଙ୍କ ପ୍ରତିନିଧି ଭାବେ ଏହି ନୀତି ସମ୍ପନ୍ନ କରିଥାନ୍ତି। ଏହି ମୁଦିରସ୍ତ ସେବା ନାବାଳକ ଅବସ୍ଥାରେ କରାଯାଇଥାଏ ।

ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା। ଯାହାକି ଆଜି ପର୍ଯ୍ୟନ୍ତ ଚାଲିଆସୁଛି। ସେ ସମୟରେ ଗଜପତି ମହାରାଜା ବିଭିନ୍ନ ଯୁଦ୍ଧରେ ବାହାରେ ବ୍ୟସ୍ତ ରହିବା କାରଣରୁ ମହାପ୍ରଭୁଙ୍କ ନୀତିରେ ଯୋଗ ଦେଇପାରୁନଥିଲେ। ତେଣୁ ଗଜପତି ତାଙ୍କର ପ୍ରତିନିଧି ଭାବେ ଏହି ମୁଦିରସ୍ତଙ୍କୁ ନିଯୁକ୍ତ କରିଥିଲେ। ଚଳିତବର୍ଷ ଏହି କାରଣରୁ ଗଜପତିଙ୍କ ଅନୁପସ୍ଥିତିରେ ଆଦିତ୍ୟ ନାରାୟଣ ମୁଦିରସ୍ତ ଛେରାପହଁରା କରିଥିଲେ। ଏହାପୂର୍ବରୁ ଆଦିତ୍ୟଙ୍କ ଦାଦା ମଧ୍ୟ ୧୯୭୬ ମସିହାରେ ଗଜପତିଙ୍କ ଅନୁପସ୍ଥିତିରେ ରଥଯାତ୍ରାରେ ଛେରାପହଁରା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live