Saturday, 28 Mar, 5.58 pm OdishaLIVE

ହୋମ୍
କୋରାପୁଟ: ଏସ୍‌ପିଙ୍କ ନିକଟରେ ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ନାରାୟଣପାଟଣା ଏରିଆ କମିଟି ମେମ୍ବର ଥିବା (ଏଓବିଏସ୍‌ଜେଡ୍‌ସି ସିପାଆଇ ମାଓବାଦୀ ସଙ୍ଗଠନ)ର ମହିଳା ମାଓବାଦୀ ତୁଳସୀ ଉଲ୍ଲକାଆତ୍ମ ସମର୍ପଣ କରିଛନ୍ତି। କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୋଙ୍କ ନିକଟରେ ଶନିବାର ସେ ଆତ୍ମ ସମର୍ପଣ କରିଛନ୍ତି । ମାଓବାଦୀ ତୁଳସୀ ନାମରେ ପୋଲିସ ଉପରେ ଆକ୍ରମଣଠାରୁ ଆରମ୍ଭ କରି ସାଧାରଣ ଜନତାକୁ ହତ୍ୟା କରି ଭଳି ସଙ୍ଗୀନ ମାମଲା ରହିଛି। ଏଥିପାଇଁ ତୁଳସୀକୁ ଧରାଇଲେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପୋଲିସ ଆଗରୁ ଘୋଷଣା କରିଥିଲା।

ତୁଳସୀ ୨୦୧୦ ଡିସେମ୍ବରରେ ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲା। ସେହି ସମୟରେ ତୁଳସୀକୁ ମାତ୍ର ୧୫ ବୟସ ହୋଇଥିଲା । ମାଓବାଦୀ ସଂଗଠନରେ ସାମିଲ ହେବା ପରେ ତାଙ୍କୁ ମାଲିଟାରି ତାଲିମ, ରାଇଫଲ ଚଳାଇବା ଶିକ୍ଷା ଦିଆଯାଇଥିଲା।

ସେହି ଦିନଠାରୁ କୋରାପୁଟ ଜିଲାରେ ଅନେକ ହିଂସା ଘଟଣାରେ ତୁଳସୀର ସମ୍ପୃକ୍ତି ରହିଥିଲା ଗୁଳି ବିନିୟମ, ହତ୍ୟା ଘଟଣା, ରାସ୍ତା ଅବରୋଧ ଓ ନିଆଁ ଲଗାଇ ଭଳି ୨୦ଟି ମାମଲା ତଳୁସୀ ନାଁରେ ରହିଥିବା ଏସପି ସୂଚନା ଦେଇଛନ୍ତି । ଦୀର୍ଘ ୧୦ ବର୍ଷ ମାଓ ସଂଗଠନ ସହ ଜଡିତ ଥିଲେ ତୁଳସୀ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Odisha Live
Top