Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଭାସଙ୍କ ଜନ୍ମଦିନରେ ରିଲିଜ ହେଲା 'ରାଧେଶ୍ୟାମ' ଫିଲ୍ମର ମୋଶନ ଭିଡିଓ

ପ୍ରଭାସଙ୍କ ଜନ୍ମଦିନରେ ରିଲିଜ ହେଲା 'ରାଧେଶ୍ୟାମ' ଫିଲ୍ମର ମୋଶନ ଭିଡିଓ

OdishaLIVE 5 years ago

ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଭାସଙ୍କ ଆଗାମୀ ଫିଲ୍ମ 'ରାଧେଶ୍ୟାମ'ର ନାଁ ଘୋଷଣା ହେବା ଦିନଠାରୁ ହିଁ ଏହି ଫିଲ୍ମ ଚର୍ଚ୍ଚାରେ ରହିଛି। ଆଜି ପ୍ରଭାସଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ମାତା ଏହି ଫିଲ୍ମର ଏକ ମୋଶନ ଭିଡିଓକୁ ରିଲିଜ୍ କରିଛନ୍ତି। ଯାହାକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି।

ଏହି ଭିଡିଓରେ ପ୍ରଥମେ ଏକ ରହସ୍ୟମୟ ଜଙ୍ଗଲ ଦେଖିବାକୁ ମିଳୁଛି। ଏହାପରେ ତା' ଭିତରେ ଏକ ଟ୍ରେନ୍ ଦୃଶ୍ୟମାନ ହେଉଛି। ଏହାପରେ ସେହି ଟ୍ରେନ୍ ଭିତରେ ପ୍ରସିଦ୍ଧ ପ୍ରେମୀ ଯୁଗଳ ବିକ୍ରମାଦିତ୍ୟ ଓ ପ୍ରେରଣାଙ୍କ ଝଲକ ଦେଖିବାକୁ ମିଳୁଛି। ଯାହା ଏହି ଫିଲ୍ମର ମୋଶନ ଭିଡିଓକୁ ଅଧିକ ରୋମାଞ୍ଚକର କରିଦେଉଛି।

ରାଧେଶ୍ୟାମ ଫିଲ୍ମଟି ୟୁରୋପର ଏକ ପ୍ରସିଦ୍ଧ ପ୍ରେମ କାହାଣୀକୁ ନେଇ ନିର୍ମାଣ କରାଯାଇଛି।

ଯେଉଁଥିରେ ମୁଖ୍ୟ ଭୂମିକାରେ ପ୍ରଭାସ ଓ ପୂଜା ହେଗଡେ ନଜର ଆସିବେ। ଏହି ଫିଲ୍ମ ହିନ୍ଦୀ ଭାଷା ସହିତ ତେଲୁଗୁ, ତାମିଲ, ମାଲୟାଲାମ ଓ କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live