Dailyhunt
ସାରାଦେଶ ଲକଡାଉନ୍‌ - କେମିତି ସମୟ ବିତାଉଛନ୍ତି ଆଲିୟା?

ସାରାଦେଶ ଲକଡାଉନ୍‌ - କେମିତି ସମୟ ବିତାଉଛନ୍ତି ଆଲିୟା?

OdishaLIVE 6 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଲକଡାଉନ୍‌ ଘୋଷଣା ହୋଇଥବାରୁ ସାଧାରଣ ଜନତାଙ୍କ ସହ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ନିଜ ଘରେ ଅଛନ୍ତି। କିଏ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି ତ କିଏ ଗୃହପାଳିତ ପଶୁମାନଙ୍କ ସହିତ ସମୟ ବିତାଉଛନ୍ତି।

ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ତାଙ୍କ ପରିବାର ଏବଂ ଗୃହପାଳିତ ପଶୁମାନଙ୍କ ସହିତ ମଜା କରି ଘରେ ସମସ୍ତ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ବିଲେଇର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

ଆଲିଆ କେବଳ ତାଙ୍କ ବିଲେଇର ନୁହେଁ, କୁକୁରମାନଙ୍କର ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଆଲିୟଙ୍କର ଏହି ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ସେ ତାଙ୍କ କୁକୁର, ବିଲେଇଙ୍କ ସହ ସମୟ ବିତାଉଛନ୍ତି।

ଆଲିୟାଙ୍କ କାମ କଥା କହିବାକୁ ଗଲେ ସେ ଆଗାମୀ ଦିନରେ 'ବ୍ରହ୍ମାସ୍ତ୍ର' ଏବଂ 'ସଡକ ୨' ଏବଂ 'ଗାଙ୍ଗୁବାଇ କାଠିଆୱାଡି' ଭଳି ଫିଲ୍ମରେ ନଜର ଆସିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live