Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସଟଡାଉନର ଦ୍ୱିତୀୟ ଦିନ - ଛକରେ ଜଗିଛି ପୋଲିସ, ରାଜରାସ୍ତା ଶୂନଶାନ୍

ସଟଡାଉନର ଦ୍ୱିତୀୟ ଦିନ - ଛକରେ ଜଗିଛି ପୋଲିସ, ରାଜରାସ୍ତା ଶୂନଶାନ୍

OdishaLIVE 6 years ago

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏହି ଜିଲ୍ଲାମାନଙ୍କରେ ସଟଡାଉନର ଦ୍ୱିତୀୟ ଦିନ କଡ଼ାକଡ଼ି ସହ ପାଳନ ହେଉଥିବା ଦେଖିବାକୁ ମିଳିଛି।

ଖୋର୍ଦ୍ଧା ଜିଲ୍ଲା ସମେତ କରୋନା ସଂକ୍ରମିତ ଅଧିକ ଥିବା ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିରରେ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି। ଏହି ସବୁ ଜିଲ୍ଲାମାନଙ୍କରେ ରାଜରାସ୍ତା ଖାଁ ଖାଁ ରହିଥିବାବେଳେ ଲୋକମାନେ ସଟଡାଉନ୍ ମାନି ଘରେ ରହିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକମାନଙ୍କରେ ପୋଲିସ ଜଗିଛି।

ଯେଉଁମାନେ ଜରୁରୀ ସେବାରେ ଘରୁ ବାହାରିଛନ୍ତି ପୋଲିସ ସେମାନଙ୍କୁ ପଚରାଉଚୁରା କରି ଛାଡୁଥିବା ଦେଖିବାକୁ ମିଳିଛି। ଏଜି ଛକରୁ ଆରମ୍ଭ କରି ଜୟଦେବ ବିହାର ଛକ, ପଟିଆଠାରୁ ଆରମ୍ଭ କରି ଏୟାରପୋର୍ଟ ପର୍ଯ୍ୟନ୍ତ ସବୁଠି ଶୂନଶାନ ଦେଖିବାକୁ ମିଳିଛି।

ଅନ୍ୟପଟେ ଜରୁରୀ ସେବାରେ ନିଯୁକ୍ତ ଥିବ ଲୋକମାନେ ନିଜର ପରିଚୟ ପତ୍ର ଦେଖାଇ ଅଫିସ ଓ କାମକୁ ଯାଉଥିବା ଦେଖିବାକୁ ମିଳିଛି। ଏଥିସହ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାତ୍ରୀମାନେ ଯିବା ଆସିବା କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live