ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏହି ଜିଲ୍ଲାମାନଙ୍କରେ ସଟଡାଉନର ଦ୍ୱିତୀୟ ଦିନ କଡ଼ାକଡ଼ି ସହ ପାଳନ ହେଉଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲା ସମେତ କରୋନା ସଂକ୍ରମିତ ଅଧିକ ଥିବା ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିରରେ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି। ଏହି ସବୁ ଜିଲ୍ଲାମାନଙ୍କରେ ରାଜରାସ୍ତା ଖାଁ ଖାଁ ରହିଥିବାବେଳେ ଲୋକମାନେ ସଟଡାଉନ୍ ମାନି ଘରେ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଛକମାନଙ୍କରେ ପୋଲିସ ଜଗିଛି।