Dailyhunt
ଶୁଷ୍କ ତ୍ୱଚା ପାଇଁ କଦଳୀ ଫେସ୍‌ପ୍ୟାକ୍‌

ଶୁଷ୍କ ତ୍ୱଚା ପାଇଁ କଦଳୀ ଫେସ୍‌ପ୍ୟାକ୍‌

OdishaLIVE 6 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନେ ପ୍ରାୟ ମହିଳାଙ୍କ ତ୍ୱଚା ଶୁଷ୍କ ବା ରୁକ୍ଷ ହୋଇଯାଏ। ଏଥିପାଇଁ ମହିଳାମାନେ ବିଭିନ୍ନ କେମିକାଲ ପ୍ରଡକ୍ଟର ବ୍ୟବହାର କରିଥା'ନ୍ତି। ହେଲେ ଏହା ତ୍ୱଚାକୁ ଅଧିକ ଖରାପ କରିଦିଏ। ତ୍ୱଚାକୁ ସୁନ୍ଦର ଓ ଚମକଦାର କରିବା ପାଇଁ କଦଳୀ ବେଶ୍‌ ଲାଭଦାୟକ ହୋଇଥାଏ। କଦଳୀର ଫେସ୍‌ପ୍ୟାକ୍‌ ବ୍ୟବହାର କଲେ ଏହା ଆପଣଙ୍କ ତ୍ୱଚାକୁ ଚିକ୍କଣ କରିଥାଏ।

ଆସନ୍ତୁ ଜାଣିବା ଶୁଷ୍କ ତ୍ୱଚା ପାଇଁ କଦଳୀରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌

ଗୋଟେ ପାଚିଲା କଦଳୀ ସହ ଗୋଟେ ଚାମଚ ମହୁ ମିଶାଇ ଚକଟିବେ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ୨୦ ମିନିଟ୍‌ ଯାଏଁ ଛାଡ଼ି ଦେବେ। ଏହାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇଦେବେ।

ଗୋଟେ କଦଳୀରେ ୧ ଚାମଚ କ୍ଷୀର ଏବଂ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇବେ। ଏହି ପ୍ୟାକ୍‌କୁ ୧୫ ମିନିଟ୍‌ ପରେ ଧୋଇ ଦିଅନ୍ତୁ।

ଏହି ପ୍ୟାକ୍‌କୁ ସପ୍ତାହକୁ ଦୁଇଥର ଲଗାଇବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live