Dailyhunt
ସୋମବାରଠୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

ସୋମବାରଠୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

OdishaLIVE 6 years ago

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ସୋମବାରଠୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ। ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଶୁଭାରମ୍ଭ ହେବ। ସପ୍ତାହକୁ ଦୁଇ ଥର ବିମାନ ଚଳାଚଳ କରିବ।

ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରତକୁ ବିମାନ ଚଳାଚଳ କରିବାକୁ ଥିବା ବେଳେ ସୁରତରୁ ଭୁବନେଶ୍ୱରକୁ ଶୁକ୍ରବାର ଓ ରବିବାର ଦିନ ବିମାନ ଚଳାଚଳ କରିବ।

ଭୁବନେଶ୍ୱରରୁ ସକାଳ ୮ଟା୩୦ରୁ ବିମାନ ବାହାରି ସକାଳ ୧୦ଟା୩୦ରେ ସୁରତରେ ପହଞ୍ଚିବ। ସେହିପରି ସୁରତରୁ ସକାଳ ୮ଟା୩୦ରୁ ବାହାରି ଭୁବନେଶ୍ୱରରେ ସକାଳ ୧୦ଟା୩୦ରେ ବିମାନ ପହଞ୍ଚିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha Live