Dailyhunt
୧୩ ମହଲାରେ ହାତ ଗୋଡ଼ ବାନ୍ଧି ମହିଳାଙ୍କୁ ନିର୍ମମ ହତ୍ୟା

୧୩ ମହଲାରେ ହାତ ଗୋଡ଼ ବାନ୍ଧି ମହିଳାଙ୍କୁ ନିର୍ମମ ହତ୍ୟା

Odisha News Lens 2 weeks ago

ତେଲେଙ୍ଗାନାର କୁକଟପାଲିରେ ଏକ ଭୟଙ୍କର ହତ୍ୟା ଘଟଣା ସାମ୍ନାକୁ ଆସିଛି। କୁକଟପାଲିର ସ୍ୱାନ ଲେକ୍ ଆପାର୍ଟମେଣ୍ଟରେ ରେଣୁ ଅଗ୍ରୱାଲ (୫୦) ନାମକ ଜଣେ ମହିଳାଙ୍କୁ ଅଜଣା ଲୋକମାନେ ନିର୍ମମ ଭାବରେ ହତ୍ୟା କରିଛନ୍ତି। ୧୩ ମହଲାରେ ରହୁଥିବା ପୀଡିତାଙ୍କ ହାତ ଗୋଡ଼ ବାନ୍ଧି ହତ୍ୟା କରିବା ଘଟଣାରେ ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସ୍ବାମୀ ଓ ପୁଅ ଦିନ ୧୦ଟାରେ ଅଫିସ ଯିବା ପରେ ଘରେ ଏକାଥିଲେ ରେଣୁ। ପୁଲିସ ଏବେ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଖୋଜିବ‌ା ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ୫୦ ବର୍ଷୀୟା ରେଣୁ ଅଗ୍ରୱାଲ ଆଇଟି ହବ୍ ସାଇବରାବାଦରେ ଥିବା ସ୍ୱାନ୍ ଲେକ୍ ଆପାର୍ଟମେଣ୍ଟର ୧୩ତମ ମହଲାରେ ତାଙ୍କ ସ୍ୱାମୀ ଏବଂ ପୁଅ ସହିତ ରହୁଥିଲେ। ବୁଧବାର ଦିନ, ସକାଳ ପ୍ରାୟ ୧୦ଟାରେ, ସ୍ବାମୀ ଓ ତାଙ୍କ ୨୬ ବର୍ଷୀୟ ପୁଅ ଅଫିସ ବାହାରି ଯାଇଥିଲେ। ସନ୍ଧ୍ୟା ୫ଟାରେ, ରେଣୁଙ୍କୁ ତାଙ୍କ ସ୍ବାମୀ ଫୋନ କରିଥିଲେ ବି ସେ ଉଠାଇ ନଥିଲେ। ଲଗାତାର ଫୋନ୍ କରିବା ପରେ ରେଣୁ ନଉଠାଇବାରୁ ଘରେ ପହଞ୍ଚିଥିଲେ ତାଙ୍କ ସ୍ବାମୀ। ହେଲେ ଭିତରପଟୁ କବାଟ ବନ୍ଦ ଥିଲା। ତେଣୁ ବାଲକୋନି ବାଟ ଦେଇ ଘରେ ପ୍ରବେଶ କରିଥିଲେ ରେଣୁଙ୍କ ସ୍ବାମୀ। ଭିତରକୁ ଯିବା ପରେ ରେଣୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବ‌ା ଦେଖିଥିଲେ ତାଙ୍କ ସ୍ବାମୀ।

ପୁଲିସ କହିଛି ଯେ, ରେଣୁଙ୍କ ଘରେ ୧୦ଦିନ ପୂର୍ବରୁ କାମ କରିବା ଆରମ୍ଭ କରିଥିବା ଗୃହ ସହାୟିକା ହର୍ଷା ଓ ତାଙ୍କ ପଡ଼ୋଶୀଙ୍କ ଘରେ କାମ କରୁଥିବା ଗୃହ ସହାୟକ ରୌଶନ ମିଶି ଏହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସ୍ଥାନୀୟ ଲୋକମାନେ ଆତଙ୍କିତ ଥିବା ବେଳେ, ପୁଲିସ ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଛି। ଏହି ଘଟଣା ପରେ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens