Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୫ ଜିଲାର ୧୧ଟି ବୃହତ୍ ଖଣିଜ ବ୍ଲକ ନିଲାମ ହେବ

୫ ଜିଲାର ୧୧ଟି ବୃହତ୍ ଖଣିଜ ବ୍ଲକ ନିଲାମ ହେବ

Odisha News Lens 2 weeks ago

ଭୁବନେଶ୍ବର: ବକ୍ସାଇଟ୍, ଲୁହାପଥର, ମାଙ୍ଗାନିଜ୍‌, ଆଲୁମିନିୟମଯୁକ୍ତ ଲାଟେରାଇଟ୍ ଓ ଚୂନପଥର ଭଳି ଖଣିଜ ସମ୍ପଦ ଗଚ୍ଛିତ ଥିବା ୫ଟି ଜିଲାର ୧୧ଟି ବୃହତ୍ ଖଣିଜ ବ୍ଲକ ନିଲାମ ହେବ। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲାରେ ଅବସ୍ଥିତ ଏହି ଖଣି ବ୍ଲକଗୁଡ଼ିକର ଅନଲାଇନ ବା ଇ-ନିଲାମ ହେବ। ଏଥିପାଇଁ ଆସନ୍ତା ଜୁଲାଇ ୧୩ ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି।

୮ଟି ବ୍ଲକକୁ 'ଖଣି ଲିଜ୍' ଏବଂ ୩ଟି ବକ୍ସାଇଟ୍‌ ବ୍ଲକକୁ 'କମ୍ପୋଜିଟ୍ ଲାଇସେନ୍ସ' ପ୍ରଦାନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ସେହିପରି ରାୟଗଡ଼ା ଜିଲାର ନୁନାପାଇମାଲି ବକ୍ସାଇଟ୍‌ ବ୍ଲକ ମଧ୍ୟ ନିଲାମ ହେବ। ରାୟଗଡ଼ାରେ ଥିବା ଟିକିରିମାଲି- ବୁଢ଼ାରାଜାମାଲି, ଟିକିରିଗୁଡ଼ା- ମାଲିଗୁଡ଼ା ଓ ନଙ୍ଗାଲମାର୍ହିମାଲି ବ୍ଲକକୁ କମ୍ପୋଜିଟ୍‌ ଲାଇସେନ୍ସ ମୋଡ୍‌ରେ ନିଲାମ କରାଯିବାକୁ ସ୍ଥିର ହୋଇଛି। ଏଥିସହ କେନ୍ଦୁଝର ଜିଲାର ଗଦାଧରପୁର ଲୁହାପଥର ବ୍ଲକ ନିଲାମ ହେବ। ସୁନ୍ଦରଗଡ଼ ଜିଲାରେ ଜଳଡିହି ତନ୍ତୀଗ୍ରାମ, ପଟମୁଣ୍ଡା- ବି ବ୍ଲକ ସମେତ ବରପଦା ସାଉଥ ବ୍ଲକକୁ ନିଲାମ ପାଇଁ ରଖାଯାଇଛି। କେନ୍ଦୁଝରର କେନ୍ଦୁଡିହି- ପାରୁଲିପଦା ଓ ବରଗଡ଼ ଜିଲାରେ ଥିବା ବେହେରା ବଞ୍ଜିପାଲି ଲାଇମଷ୍ଟୋନ (ଚୂନପଥର) ବ୍ଲକ ମଧ୍ୟ ଏହି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens