Dailyhunt
୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

Odisha News Lens 2 weeks ago

୬ ବର୍ଷ ତଳର ସେହି ଚାଞ୍ଚଲ୍ୟକର 'ବାପା ପୁଅ କଷ୍ଟୋଡିଆଲ୍ ଡେଥ୍' ମାମଲାରେ ତାମିଲନାଡୁ ମଦୁରାଇ କୋର୍ଟ ଶୁଣାଇଛନ୍ତି ଐତିହାସିକ ରାୟ । ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ସୂଚନା ଅନୁଯାୟୀ, ୨୦୨୦ ଜୁନ୍ ୧୯ରେ ଲକଡାଉନ୍ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲା ରଖିବା ଅଭିଯୋଗରେ ସାଥାନକୁଲମ୍ ପୋଲିସ ଜୟରାଜ ଏବଂ ବେନିକ୍ସଙ୍କୁ ଗିରଫ କରିଥିଲା ।

ପୋଲିସ ହେପାଜତରେ ଥାନା ଭିତରେ ସେମାନଙ୍କୁ ସାରା ରାତି ଅମାନୁଷିକ ଭାବେ ନିର୍ଯାତନା ଦିଆଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।

ଘଟଣାର ଗମ୍ଭିରାଟକୁ ଦେଖି CBI ଏହାର ତଦନ୍ତ କରିଥିଲା । ଥାନାର ଜଣେ ମହିଳା କନଷ୍ଟେବଳଙ୍କ ସାକ୍ଷ୍ୟ ଏହି କେସ୍‌ରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସାଜିଥିଲା । ପ୍ରାୟ ୧୦୦ ରୁ ଅଧିକ ସାକ୍ଷୀ ଏବଂ ୫ ବର୍ଷର ଦୀର୍ଘ ଶୁଣାଣି ପରେ ପିଡିତ ପରିବାରକୁ ନ୍ୟାୟ ମିଳିଛି । ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ତତ୍କାଳୀନ ଇନ୍ସପେକ୍ଟର ଶ୍ରୀଧର, ଦୁଇଜଣ ସବ-ଇନ୍ସପେକ୍ଟର ଏବଂ ୬ ଜଣ କନଷ୍ଟେବଳ।

ଏହି ମାମଲାକୁ ବିରଳରୁ ଅତି ବିରଳ ଶ୍ରେଣୀଭୁକ୍ତ କରି କୋର୍ଟ କହିଛନ୍ତି, "ବାପା-ପୁଅଙ୍କୁ ଉଲଗ୍ନ କରି ଯେଉଁଭଳି ନିର୍ମମ ଭାବେ ପିଟାଯାଇଥିଲା, ତାହା ପଢ଼ିଲେ ହୃଦୟ ଥରି ଉଠୁଛି । ଏହା କ୍ଷମତାର ଚରମ ଅପବ୍ୟବହାର ।"

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens