Dailyhunt
ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା

ଆଜି ସାରା ଦେଶରେ ନିଟ୍-ୟୁଜି ପରୀକ୍ଷା

Odisha News Lens 1 week ago

ନୂଆଦିଲ୍ଲୀ: ଆଜି ନିଟ୍-ୟୁଜି ୨୦୨୬ ପରୀକ୍ଷା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସାରା ଦେଶରେ ଅନୁଷ୍ଠିତ ହେଉଛି ନିଟ୍-ୟୁଜି ୨୦୨୬ । ଏହି ପ୍ରବେଶିକା ପରୀକ୍ଷା ଅଫଲାଇନ୍ ବା ପେନ୍-ଆଣ୍ଡ-ପେପର ମୋଡ୍ ରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ପରିଚାଳିତ ହେଉଛି । ଚଳିତ ବର୍ଷ ପରୀକ୍ଷାର ସିଲାବସରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଏହା ସମ୍ପୂର୍ଣ୍ଣ ଭାବେ ଏନସିଆରଟି ପାଠ୍ୟକ୍ରମ ଉପରେ ଆଧାରିତ ଅଟେ । ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ସହ ବୈଧ ପରିଚୟ ପତ୍ର ନେଇ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ମୋଟ ୭୨୦ ମାର୍କର ହୋଇଥିବା ବେଳେ ପ୍ରତି ଭୁଲ୍ ଉତ୍ତର ପାଇଁ ୧ ନମ୍ବର କଟାଯିବାର ବ୍ୟବସ୍ଥା ରହିଛି ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens