Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜିଠୁ ଦୁଇ ଦିନ  ଧରି ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

ଆଜିଠୁ ଦୁଇ ଦିନ ଧରି ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି

Odisha News Lens 1 week ago

ପୁରୀ: ଆଜିଠୁ ଦୁଇ ଦିନ ଧରି ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାର ଗଣତିମଣତି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ (ଏସ୍‌ଓପି) କୁ ଏହି ସମୟରେ ପାଳନ କରାଯିବ । ଗଣତିମଣତି ସମୟରେ କୌଣସି ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବାକୁ ବିଶେଷ ଗୁରୁତ୍ୱ ଦିଆଯିବ ।

ରତ୍ନଭଣ୍ଡାର ଗଣତିମଣତି ନିମନ୍ତେ ଶ୍ରଦ୍ଧାଳୁଙ୍କ ଦର୍ଶନ ସମୟ ସ୍ୱଳ୍ପ ହୋଇପାରେ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ କେବଳ ବାହାର କାଠ ଠାରୁ ଦର୍ଶନ ସୁବିଧା ମିଳିବ । ତେଣୁ ପୂର୍ବବତ୍‌ ଏହି କାର୍ଯ୍ୟରେ ସମସ୍ତ ସେବକ ଓ ଶ୍ରଦ୍ଧାଳୁ ଭକ୍ତଙ୍କର ସହଯୋଗ ଓ ସହାୟତା କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନ୍ତର୍ଗତ ଚଳନ୍ତି ଭଣ୍ଡାର ଗଣତି ସରିଥିବା ବେଳେ ବାହାର ଭଣ୍ଡାର ଗଣତିମଣତି ପ୍ରାୟ ଶେଷ । ପରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି କରାଯାଉଛି । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ ତଦାରଖ ଦଳଙ୍କ ତତ୍ତ୍ୱାବଧାନରେ ଗଣତିମଣତିରେ ଆର୍‌ବିଆଇର ବିଶେଷଜ୍ଞ, ଜେମୋଲୋଜିଷ୍ଟ, ଫଟୋଗ୍ରାଫର ପ୍ରମୁଖ ନିୟୋଜିତ ହେବେ । ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ୩ଡି ମ୍ୟାପିଂ କରାଯିବ । ସମସ୍ତ ରତ୍ନଅଳଙ୍କାରକୁ ଦୁଇ ତିନି ପରସ୍ତ ଘୋଡ଼ାଇ ସିନ୍ଦୁକ ଭିତରେ ସୁରକ୍ଷିତ ରଖାଯିବ ।

୧୯୭୮ ମସିହା ଗଣତିମଣତିରେ ଜେମୋଲୋଜିଷ୍ଟ ନିୟୋଜିତ ହୋଇନଥିଲେ । ତେଣୁ ଜେମୋଲୋଜିଷ୍ଟଙ୍କୁ ଏହି ଗଣତିମଣତିରେ ସାମିଲ କରାଯାଇଛି । ଶ୍ରୀମନ୍ଦିର ଓ ବ୍ୟାଙ୍କର ବଣିଆ ସମେତ ଜେମୋଲୋଜିଷ୍ଟମାନେ ଅଳଙ୍କାର ସମ୍ପୂର୍ଣ୍ଣ ପରିଚୟ ନିର୍ଦ୍ଧାରଣ କରିବେ ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens