Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅକ୍ଟୋବର ଶେଷ ସୁଦ୍ଧା ଏସ୍‌ଆଇ ପରୀକ୍ଷା ହେବ ଶେଷ

ଅକ୍ଟୋବର ଶେଷ ସୁଦ୍ଧା ଏସ୍‌ଆଇ ପରୀକ୍ଷା ହେବ ଶେଷ

Odisha News Lens 2 weeks ago

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ ବୟସ ବଢ଼ିଯାଇଛି। କେବେ ପରୀକ୍ଷା ହେବ ସେନେଇ ବିଜ୍ଞପ୍ତି ପ୍ରକାଶ ପାଉ ନ ଥିବାରୁ ଆଶାୟୀମାନେ ନିରାଶ ହୋଇପଡିବା ସହ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ।

ଏପରିସ୍ଥିତିରେ ଓଡ଼ିଶା ୟୁନିଫର୍ମ ସେବା ଷ୍ଟାଫ ସିଲେକ୍ସନ କମିଶନ(ଓୟୁଏସଏସଏସସି) ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁଙ୍କ ସୂଚନା ସେମାନଙ୍କୁ ଆଶ୍ୱସ୍ତି ଦେଇଛି। ସେ କହିଛନ୍ତି, ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍‌ଆଇ ପରୀକ୍ଷା ଶେଷ ହେବ। ପ୍ରଶ୍ନପତ୍ର ଲିକ ମାମଲାରେ ବଞ୍ଚିତ ଛାତ୍ରୀଛାତ୍ର ପୁଣି ପରୀକ୍ଷା ଦେଇପାରିବେ। ଯେଉଁ ପରୀକ୍ଷାର୍ଥୀଙ୍କ ବୟସ ଗଡ଼ିଯାଇଛି, ସେମାନେ ବି ପରୀକ୍ଷା ଦେଇପାରିବେ। ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ କରାଯିବନାହିଁ। ପରୀକ୍ଷା ପାଟର୍ନ କିମ୍ୱା ସିଲାବସ୍‌ରେ କୌଣସି ପ୍ରକାରର ପରିବର୍ତ୍ତନ କରାଯିବ ନାହିଁ। ତ୍ରୁଟିଶୂନ୍ୟ ପରୀକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅଧ୍ୟକ୍ଷ ସ୍ୱାଇଁ କହିଛନ୍ତି।
ସୂଚନା ଅନୁସାରେ, ଓଡ଼ିଶା ପୋଲିସ ସବ୍‌-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ୨୦୨୫ ସେପ୍ଟେମ୍ୱରରେ ସାମ୍ନାକୁ ଆସିଥିଲା। ପରୀକ୍ଷାର ଠିକ୍‌ ୫ଦିନ ପୂର୍ୱରୁ ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତତାରେ ବଡ଼ ଆନ୍ତଃରାଜ୍ୟ ର଼୍ୟାକେଟର ସମ୍ପୃକ୍ତି ଜଣାପଡିଥିଲା। ପ୍ରଶ୍ନପତ୍ର ଓ ତା'ର ଉତ୍ତର ଅଭ୍ୟାସ ପାଇଁ ପରୀକ୍ଷାର୍ଥୀଙ୍କୁ ରାଜ୍ୟ ବାହାରକୁ ନିଆଯାଉଥିଲା। ଏଥିପାଇଁ ଜଣକ ପିଛା ୧୫ରୁ ୨୫ ଲକ୍ଷ ଟଙ୍କା ନିଆଯାଇଥିଲା। ତେବେ ବସ୍‌ରେ ପରୀକ୍ଷାର୍ଥୀଙ୍କୁ ରାଜ୍ୟ ବାହାରକୁ ନିଆଯାଉଥିବାବେଳେ ପ୍ରଥମେ ବ୍ରହ୍ମପୁର ପୋଲିସ ଧରିବା ସହ ର଼୍ୟାକେଟର ପର୍ଦ୍ଦାଫାଶ କରିଥିଲା। ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିବା ବେଳେ ତଦନ୍ତ ଭାର ସିବିଆଇ ନେଇଥିଲା।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens