Dailyhunt
ଅଟୋକୁ ଧକ୍କା ଦେଲା ଆଇଚର ଟ୍ରକ, ୮ ଗୁରୁତର

ଅଟୋକୁ ଧକ୍କା ଦେଲା ଆଇଚର ଟ୍ରକ, ୮ ଗୁରୁତର

Odisha News Lens 1 week ago

ଣ୍ଡଗିରି : ରବିବାର ରାତି ପ୍ରାୟ ଦଶଟା ବେଳେ ଭୁବନେଶ୍ୱର ଇନଫୋଭ୍ୟାଲି ଥାନା ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲି ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।ଏକ ଅଟୋକୁ ଆଇଚର ଟ୍ରକ ଧକ୍କା ଦେବାରୁ ଦୁଇ ଜଣ ମହିଳାଙ୍କ ସମେତ ୮ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହତ ମାନେ ହେଲେ ନୟାଗଡ ଅଞ୍ଚଳର ସଞ୍ଜୟ ସାହୁ, ହରିବନ୍ଧୁ ଦାସ, ସ୍ମୁତି ପ୍ରଜ୍ଞାନ ସାହୁ, ଗୋଲାପ ରାଣୀ ଦେଇ,ଆୟୁଷ କୁମାର ଦାସ, ଭୁବନେଶ୍ୱର ଅଞ୍ଚଳର କାହ୍ନୁ ଚରଣ ରାଉତ, କୈବଲ୍ୟ ଚରଣ ରାଉତ ଓ ଲକ୍ଷ୍ମିପ୍ରିୟା ରାଉତ।

ଗୁରୁତର ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ ୧୦ ଟା ବେଳେ ଏକ ଅଟୋ ୮ ଜଣ ଯାତ୍ରୀଙ୍କୁ ନେଇ ଖୋର୍ଦ୍ଧା ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ।ଅଟୋଟି ଯାଉଥିବା ସମୟରେ ସେହି ଦିଗରେ ଆସୁଥିବା ଏକ ଆଇଚର ଟ୍ରକ ଆସି ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତାରେ ଓଲଟି ପଡିବା ସହ ସେଥିରେ ଥିବା ଚାଳକ ସମେତ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens