Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ

ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ

Odisha News Lens 1 week ago

ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟର ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ବିହାରର ବାଙ୍କିପୁରରେ ଜନସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ) ୧୯,୩୨୪ ଖଣ୍ଡ ଭୋଟ୍ ବ୍ୟବଧାନରେ ପ୍ରଚଣ୍ଡ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରି ସେ ନିଜର ପ୍ରଥମ ନିର୍ବାଚନୀ ବିଜୟ ହାସଲ କରିଛନ୍ତି।

ସେ ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ପ୍ରାୟ ୧୯ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜେପିର ତିନି ଦଶନ୍ଧିର ଦୁର୍ଗକୁ ଭାଙ୍ଗି ଦେଇଛନ୍ତି।

୧୯୯୫ରୁ ବିଜେପି ନିୟନ୍ତ୍ରଣରେ ଥିବା ବାଙ୍କିପୁର ଆସନରେ ଏହି ବିଜୟକୁ ପ୍ରଶାନ୍ତ କିଶୋରଙ୍କ ପାଇଁ ବଡ଼ ରାଜନୈତିକ ସଫଳତା ଭାବେ ଦେଖାଯାଉଛି। ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିଜେପି ନେତା ନିତିନ ନବୀନ ଆସନ ଛାଡ଼ିବାରୁ ଏହି ଉପନିର୍ବାଚନ ହୋଇଥିଲା।

ବିହାରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ବିରୋଧରେ ମଧ୍ୟ ଲୋକଙ୍କ ଅସନ୍ତୋଷ ଦାବି କରାଯାଇଛି । ଅନେକ ବିଶ୍ୱାସ କରନ୍ତି ଯେ ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ସଠିକ୍ ନିଷ୍ପତ୍ତି ନୁଥିଲା । ଏହାର ପ୍ରଭାବ କେବଳ ବାଙ୍କିପୁରରେ ନୁହେଁ ସମଗ୍ର ବିହାରରେ ଦେଖାଯାଉଛି । ବାଙ୍କିପୁର ପ୍ରଥମ ନିର୍ବାଚନ ଥିଲା, ତେଣୁ ଏହି ଅସନ୍ତୋଷର ପ୍ରତ୍ୟକ୍ଷ ପ୍ରଭାବ ଏଠାରେ ଫଳାଫଳରେ ଦୃଶ୍ୟମାନ ହୋଇଛି ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens