Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାପା, ମା'ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

ବାପା, ମା'ଙ୍କ ପତ୍ତା ନାହିଁ, ଦୁଇ ଶିଶୁଙ୍କୁ କୋଳେଇ ନେଲେ ଯବାନ

Odisha News Lens 6 days ago

ନେପାଳରେ ହୋଇଥିବା ବନ୍ୟାରେ ହଜାର ହଜାର ଲୋକ ଭାସି ଯାଇଛନ୍ତି। ଆଜି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଛି। ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆହୁରି ଅନେକ ନଦୀ ପାଣିରେ ଭାସି ଯାଇଛନ୍ତି। ତାଙ୍କର ହିସାବ କାହା ପାଖରେ ନାହିଁ।

ପିତା-ମାତାଙ୍କ ପରିଚୟ ଖୋଜୁଥିବା ଯାଆଁଳା ଶିଶୁଙ୍କୁ କୋଳେଇ ନେଇଛନ୍ତି ସେନାର ଦୁଇ ମହିଳା ଯବାନ।

ଦୁଇ ଶିଶୁ କାନ୍ଦିଲା ବେଳେ ସେମାନେ ନିଜ ଛାତିରେ ଜାବୁଡ଼ି ଧରୁଛନ୍ତି। ମାଆ ବୋଲି ଭାବି କିଛି ସମୟ ପାଇଁ କାନ୍ଦ ବନ୍ଦ କରିଦେଉଛନ୍ତି। ତା'ପରେ ପୁଣି କାନ୍ଦୁଛନ୍ତି। କାନ୍ଦ ଦେଖି ଦୁଇ ଯବାନ ନେପାଳୀ ଭାଷାରେ ଗୀତ ଗାଉଛନ୍ତି। ଦୁଇ ମହିଳା ଯବାନଙ୍କ କୋଳରେ ଥିବା ଏହି ଦୁଇ ଶିଶୁଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିପର୍ଯ୍ୟୟ ବେଳେ ଯବାନଙ୍କ ଏପରି ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens