Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

Odisha News Lens 3 weeks ago

ଣାସ ମୁଖ୍ୟରାସ୍ତା ୫ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ପନିକିରେ ହାଣିଛନ୍ତି। ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯିବା ପରେ ତାଙ୍କ ଉପରେ ସ୍କୁଟି ଚଢ଼ାଇ ମୁହଁକୁ ଗୋଇଠା ମାରିଛନ୍ତି। ପରେ ବୁଲେଟ୍‌ ମୋଟରସାଇକଲ୍‌ରେ ତିନିଜଣ ବସି ତାଙ୍କ ଉପରେ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଅଧଘଣ୍ଟାଏ କାଳ ରାସ୍ତା ଉପରେ ପଡ଼ି ଛଟପଟ ହେବା ପରେ ତାଙ୍କୁ ମେଡିକାଲ୍‌ ନିଆଯାଇଛି।

ଆଣ୍ଠୁଠାରୁ ତଳକୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।

ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି କଣାସ ଦୋକନ୍ଦା ଗାଁ'ର ମୃତ୍ୟୁଞ୍ଜୟ ଭାରିମଲ (୨୯)। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୁଲିସ କହିଛି। କଣାସ ପୁଲିସ ଏକ ୩ ଜଣିଆ ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି।

ମୃତ୍ୟୁଞ୍ଜୟ କଣାସ ଗୋଲାବଜାର ମାଛ ମାର୍କେଟ୍‌କୁ ମାଛ କିଣିବା ପାଇଁ ଆସିଥିଲେ। ପୂର୍ବରୁ ଛକି ରହିଥିବା ୫ ଜଣ ଯୁବକ ମାଛ ପନିକି ଆଣି ମୃତ୍ୟୁଞ୍ଜୟଙ୍କୁ ହାଣିଥିଲେ। ଗୋଟିଏ ଚୋଟ ଡାହାଣ ହାତରେ ବାଜିବା ପରେ ଆଉ ଗୋଟିଏ ଚୋଟ ଡାହାଣ ଗୋଡ଼ ଆଣ୍ଠୁରେ ବାଜିଥିଲା।ଏଭଳି ଭୟଙ୍କର ଆକ୍ରମଣ ଦେଖି ବ୍ୟବସାୟୀ, ଗ୍ରାହକ ଘଟଣାସ୍ଥଳ ଛାଡ଼ି ଦଉଡ଼ିବା ଆରମ୍ଭ କରିଥିଲେ। ପ୍ରାୟ ୧୦ ମିନିଟ୍‌ ଧରି ଯୁବକମାନେ ତାଙ୍କୁ ଗଡ଼େଇ ତଡ଼େଇ ମାରିବାକୁ ଉଦ୍ୟମ କରିଥିଲେ। ଯୁବକମାନେ ପଳାଇବା ପରେ ତାଙ୍କୁ କେହି ଉଠାଇବାକୁ ସାହସ କରି ନଥିଲେ। ୩୦ ମିନିଟ୍‌ ଧରି ପଡ଼ିରହିବା ପରେ କଣାସ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens