Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

ବିଶ୍ୱର ସର୍ବକନିଷ୍ଠ ରାଜାଙ୍କ ଦେହାନ୍ତ

Odisha News Lens 2 weeks ago

ବିଶ୍ୱର ସବୁଠାରୁ କମ୍ ବୟସର ରାଜା ଓୟୋ ନିମ୍ବା କାବାମ୍ବା ଇଗୁରୁ ରୁକିଡି ଚତୁର୍ଥଙ୍କର ୩୪ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଓୟୋ ନିମ୍ବାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସରକାରୀ ଭାବରେ ଘୋଷଣା କରାଯାଇ ନାହିଁ। ଉଗାଣ୍ଡାର ଟୋରୋ ରାଜ୍ୟର ରାଜା ଓୟୋ ନିମ୍ବାଙ୍କ ମୃତ୍ୟୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ କାଲଭିନ୍ ୱୋମିରେ ଆକିକି ୨୮ ଅଗଷ୍ଟରେ ଘୋଷଣା କରିଥିଲେ।

ରାଜାଙ୍କ ଦେହାନ୍ତର ଖବର ସେୟାର କରି ଟୋରୋ ରାଜ୍ୟ ପ୍ରଧାନମନ୍ତ୍ରୀ କେଲଭିନ୍ ଆର୍ମଷ୍ଟ୍ରଙ୍ଗ ରୱାମିରେ ଆକିକି କହିଛନ୍ତି, ଗମ୍ଭୀର ଦୁଃଖ ଏବଂ ଭାରାକ୍ରାନ୍ତ ହୃଦୟରେ, ମୁଁ ମହାମହିମ, ଟୋରୋର ଓମୁକାମା, ରାଜା ଓୟୋ ନିମ୍ବା କାବାମ୍ବା ଇଗୁରୁ ରୁକିଡି ଚତୁର୍ଥଙ୍କ ଦେହାନ୍ତ ଘୋଷଣା କରୁଛି।

ରାଜା ଓୟୋ ନିମ୍ବା ୧୬ ଏପ୍ରିଲ ୧୯୯୫ରେ ପଶ୍ଚିମ ଉଗାଣ୍ଡାର ଟୁରୋ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ପିତା, ରାଜା ପାଟ୍ରିକ୍ ଡେଭିଡ୍ ମାଥ୍ୟୁ କାବୋୟୋ ଓଲିମି ତୃତୀୟଙ୍କ ମୃତ୍ୟୁର କିଛି ସପ୍ତାହ ପରେ ମାତ୍ର ତିନି ବର୍ଷ ବୟସରେ ୧୨ ସେପ୍ଟେମ୍ବର ୧୯୯୫ରେ ଟୁରୋ ସିଂହାସନ ଆରୋହଣ କରିଥିଲେ। ୧୮ ବର୍ଷ ବୟସରେ ୨୦୧୦ରେ ଆନୁଷ୍ଠାନିକ ଭାବରେ ତାଙ୍କର ରାଜ୍ୟାଭିଷେକ କରାଯାଇଥିଲା। ସେ ପ୍ରାୟ ୩୧ ବର୍ଷ ଧରି ଟୋରୋ ରାଜ୍ୟ ଶାସନ କରିଥିଲେ।

କୁହାଯାଉଛି ଯେ, ଓୟୋ ବିବାହ କରି ନଥିଲେ। ଜଣେ ସମ୍ରାଟ ହେବା ସତ୍ତ୍ୱେ, ତାଙ୍କର ବ୍ୟକ୍ତିଗତ ଜୀବନ ଗୁପ୍ତ ରହିଥିଲା। ତାଙ୍କର ଏକ ପୁଅ ଥିବା ଜଣାପଡ଼ିଛି। ତେବେ ତାଙ୍କ ସ୍ତ୍ରୀ କିମ୍ବା ଅନ୍ୟ କୌଣସି ସାଥୀଙ୍କ ବିଷୟରେ କୌଣସି ରେକର୍ଡ ନାହିଁ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens