Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୋଳି ଫାଶରେ ଚାଲିଗଲା ଜୀବନ

ଦୋଳି ଫାଶରେ ଚାଲିଗଲା ଜୀବନ

Odisha News Lens 3 weeks ago

ଦଳା ଥାନା ଜଗନ୍ନାଥୀ ଗ୍ରାମରେ ଲୁଗା ଦୋଳିରେ ଖେଳୁଥିବା ବେଳେ ବେକରେ ଫାଶ ପଡି ଚାଲିଗଲା ନାବାଳକର ଜୀବନ। ମୃତ ନାବାଳକ ଜଣକ ହେଲେ ସତ୍ୟ ମୁର୍ମୁ ।

ଉଦଳା ଥାନା ଜଗନ୍ନାଥୀ ଗ୍ରାମର ଦୁର୍ଗା ମୁର୍ମୁଙ୍କ ସାନପୁଅ ସତ୍ୟ ମୁର୍ମୁ ଘର ବାଡ଼ିରେ ଆତ ଗଛରେ ଶାଢ଼ୀରେ ହୋଇଥିବା ଦୋଳିରେ ବସି ଝୁଲୁଥିଲା। ପୁଅ ଖେଳୁଥିବା ଦେଖି ପରିବାର ଲୋକେ କାମରେ ବ୍ୟସ୍ତ ଥିଲେ।

କିନ୍ତୁ ଅଚାନକ କିଛି ସମୟ ପରେ ସେହି ଝୁଲୁଥିବା ଶାଢ଼ୀ ର ଦୋଳିଟି ନାବାଳକର ବେକରେ ଛନ୍ଦି ହୋଇ ଯାଇଥିଲା। ଯାହା ଫଳରେ ନାବାଳକ ଜଣକ ଝୁଲି ଯାଇଥିଲେ।

ପରିବାର ଲୋକେ ବାଡ଼ି ଆଡକୁ ଯିବା ସମୟରେ ଝୁଲନ୍ତା ଅବସ୍ଥାରେ ନାବାଳକକୁ ଦେଖିବାକୁ ତୁରନ୍ତ ତାକୁ ଓହ୍ଲାଇ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ହୃଦୟ ବିଦାରକ ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens