Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡିଆରଡିଏ କାର୍ଯ୍ୟାଳୟ ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣା: ଚାଞ୍ଚଲ୍ୟକର ତଥ୍ୟ ରଖିଲେ ଏସ୍‌ପି

ଡିଆରଡିଏ କାର୍ଯ୍ୟାଳୟ ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣା: ଚାଞ୍ଚଲ୍ୟକର ତଥ୍ୟ ରଖିଲେ ଏସ୍‌ପି

Odisha News Lens 4 months ago

ଜଗତସିଂହପୁର: ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟ ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ଜଗତସିଂହପୁର ଏସ୍‌ପି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି । ଏ ନେଇ ପ୍ରେସମିଟ୍ କରି ରୋଚକ ତଥ୍ୟ ଦେଇଛନ୍ତି ଏସ୍‌ପି ଅଙ୍କିତ ବର୍ମା ।

ଜଗତସିଂହପୁର ଡିଆରଡିଏ କାର୍ଯ୍ୟାଳୟର ଜନୈକା ମହିଳା କର୍ମଚାରୀଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାପରେ ଏପରି କରିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ଶନିବାର ତିର୍ତ୍ତୋଲ ପୋଲିସ ଗିରଫ କରିବା ପରେ ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ପୋଲିସ ଅଭିଯୁକ୍ତ ଠାରୁ ହିଡେନ କ୍ୟାମେରା ସହ ଏକ ମୋବାଇଲ, ପେନ୍‌ ଡ୍ରାଇଭ୍ ଓ ସିସିଟିଭି ହାର୍ଡ ଡିସ୍କ ଜବତ କରିଛି ।

ୟୁଟ୍ୟୁବ୍‌ରୁ ଦେଖି ଅନଲାଇନରୁ ଗତ ଜାନୁଆରୀ ମାସରେ ଏହି କ୍ୟାମେରା ମଗାଇଥିଲା । ଗତ ମାର୍ଚ୍ଚ ମାସରୁ ମହିଳା ୱାସ୍‌ରୁମ୍‌ରେ ଏହି କ୍ୟାମେରା ଲଗାଇଥିଲା ଅଭିଯୁକ୍ତ । ପ୍ରତି ସପ୍ତାହକୁ ଥରେ ଚାର୍ଜ କରି ପୁନର୍ବାର ନେଇ ସେଇ ସ୍ଥାନରେ ଲଗାଇ ମୋବାଇଲ ମାଧ୍ୟମରେ ଦେଖୁଥିଲା ବୋଲି ପୋଲିସ ଆଗରେ ପ୍ରକାଶ କରିଛି ଅଭିଯୁକ୍ତ ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens