Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କଲା ପୁଲିସ

ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କଲା ପୁଲିସ

ହାଟଡିହୀ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏନକାଉଣ୍ଟର କରିଛି । ଗୁରୁତର ଅବସ୍ଥାରେ ଅର୍ଜୁନକୁ କଟକ ସ୍ଥାନାନ୍ତର କରାଯାଇଛି । ଅର୍ଜୁନଙ୍କ ନାମରେ ଓଡିଶା ସମେତ ବିହାର ଓ ଝାଡଖଣ୍ଡରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ନେଇ ସୂଚନା ରହିଛି ।

ଖବର ଅନୁସାରେ, ଅପରାଧୀ ଅର୍ଜୁନ ନନ୍ଦିପଦା ଥାନା ଛେନାପଦୀ ନିକଟ ଅସିଆ ଗାଁ ଠାରେ ପୋଲିସ ଉପରକୁ ଗୁଳି ମାରିବା ପରେ ପୋଲିସର ପାଲଟା ଗୁଳି ଅର୍ଜୁନଙ୍କ ଡାହାଣ ପାଖ ଗୋଡ଼ରେ ବାଜିଥିଲା।

ଏହାପରେ ସଙ୍ଗେସଙ୍ଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଇ ଆଶୁ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ଚଳିତ ବର୍ଷ ଗତ ସେପ୍ଟେମ୍ବର ମାସ ୨୭ ତାରିଖ ରେ ସୋସୋ ଥାନା ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି ଫୁଟାଇ ଲୁଟ କରାଯାଇଥିଲା। ସମ୍ପୃକ୍ତ ଘଟଣାରେ ମୁଖ୍ୟ ଆସାମୀ ଥିଲେ ଅର୍ଜୁନ ପ୍ରଧାନ। ଅଜୁର୍ନ ଯାଜପୁର ଜିଲା ଯଖପୁରା ଥାନା ଦଶମାଣିଆ ଗାଁର ବାସିନ୍ଦା । ତା ନାଁ ରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଥାନାରେ ମାମଲା ଥିବା ବେଳେ ପୋଲିସ ତାଙ୍କୁ ଖୋଜୁଥିଲା। ନନ୍ଦିପଦା ଥାନାଧିକାରୀ କହିଛନ୍ତି ଯେ ଏସପି ନୀତିନ କୁଶଲକର ଦାଗଡୁଙ୍କ ନିର୍ଦ୍ଦେଶ ଏବଂ ପରାମର୍ଶ କ୍ରମେ ଏହି ଅପରେସନ ହୋଇଥିଲା ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens