Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

Odisha News Lens 1 week ago

ନୂଆଦିଲ୍ଲୀ: 'ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।' ଆଜି ଏଭଳି କିଛି କହି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି।

ସେ ଅଭିଯୋଗ କରିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ମୁଖ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି। ଦିଲ୍ଲୀରେ ଯେଉଁ ଭଳି ଭାବେ ପୁଲିସ ମୁତୟନ କରାଯାଇଛି, ସେଥିରୁ ଏହା ପ୍ରମାଣିତ ହୋଇଛି ଯେ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି।
ରାହୁଲ କହିଛନ୍ତି, ଆମ ରଣନୀତି ପୂରା ଭିନ୍ନ। ଆମେ ଚାହୁଁଛୁ ପୁଲିସ ଅର୍ଡର ରହୁ।
ଗତ ୧୦/୧୨ ବର୍ଷ ହେଲାଣି ନିର୍ବାଚନ କମିଶନଙ୍କୁ ବିରୋଧ ହୋଇ ଆସୁଥିଲା। କିନ୍ତୁ ଏବେ ଏହା ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହା ସହିତ କାହିଁକି ଦିଲ୍ଲୀରେ ଲୋକଙ୍କୁ ଆନ୍ଦୋଳନ କରିବାକୁ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ଆଗକୁ ଏ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens