Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏହା କଲେ ହେବ ନାହିଁ ଗ୍ୟାସ୍

ଏହା କଲେ ହେବ ନାହିଁ ଗ୍ୟାସ୍

Odisha News Lens 1 week ago

ର୍ତ୍ତମାନର ଲୋକଙ୍କ ଲାଇଫଷ୍ଟାଇଲ ଖାଦ୍ୟପେୟର ଅଭ୍ୟାସ ପୂରା ପୁରି ବିଗିଡିଗଲାଣି। ପ୍ରାୟତଃ ଲୋକମାନେ ଏହି କଥାର ଧ୍ୟାନ ରଖନ୍ତିନାହିଁ ଯେ ତାଙ୍କ ପାଇଁ କେଉଁ ଡାଏଟ୍‌ ହେଲଦି ରହିବ ଏବଂ କେଉଁଟା ଅନହେଲଦି। ଯେତେବେଳେ ଆପଣ ନିଜର ଦୈନ୍ୟନ୍ଦିନ ଜୀବନରେ କୌଣସି ପାର୍ଟିରେ ଅଏଲୀ ଫୁଡ ଖାଇଦିଅନ୍ତି ତ ପେଟ ଗଡବଡ ହୋଇଯାଏ। ସାଧାରଣତଃ କବ୍ଜ, ଗ୍ୟାସ୍‌, ଏସିଡିଟୀ ଏବଂ ବ୍ଲଟିଙ୍ଗ କାରଣରୁ ବହୁତ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ।

ଯାହାଦ୍ୱାରା ଡେଲି ଲାଇଫର ନର୍ମାଲ ଆକ୍ଟିଭିଟିଜ୍‌ ପ୍ରଭାବିତ ହୋଇଥାଏ। ତାହେଲେ ଆସନ୍ତୁ ଜାଣିବା ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଏବଂ ଏଥିପାଇଁ କେଉଁ ଖାଦ୍ୟ ଖାଇବେ ଓ କେମିତି ନିଜର ଯତ୍ନ ନେବେ।

ଇନଡାଇଜେସନ ଠାରୁ କେମିତି ପାଇବେ ରକ୍ଷା ଜାଣନ୍ତୁ

ପାଣି ପିଅନ୍ତୁ
ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ଆପଣଙ୍କୁ ପାଣି ପିଇବା ବହୁତ ଜରୁରୀ ହୋଇଥାଏ। ଯଦିଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ହାଇଡ୍ରେଟ ରହିବାକୁ ପରାମର୍ଶ ଦିଆଯାଏ। କାହିଁକିନା ଏମିତିରେ ଡାଇଜେସନ୍‌ ସମେତ ବଡି ଫଙ୍କସନ୍‌ ସଠିକ୍‌ ଢ଼ଙ୍ଗରେ ହୁଏ। ଆପଣଙ୍କୁ ଦିନସାରାରେ ଅତିକମରେ ୮ ରୁ ୧୦ ଗ୍ଲାସ ପାଣି ପିଇବା ଜରୁରୀ। ନଚେତ କିଛି ଏମିତି ଫୁଡ୍‌ ଆଇଟମ୍‌ ଖାଆନ୍ତୁ ଯେଉଁଥିରେ ଓ୍ଵାଟର କଣ୍ଟେଣ୍ଟ ଅଧିକ ଥିବ।

ଦହି ଖାଆନ୍ତୁ
ଆମମାନଙ୍କୁ ଦହିର ସେବନ ନିଶ୍ଚୟ କରିବା ଉଚିତ। ଏହା ଏକ ପ୍ରୋବାୟୋଟିକ ଫୁଡ ଅଟେ। ଯେଉଁଥିରେ ଭରପୂର ମାତ୍ରାରେ ଗୁଡ୍‌ ବ୍ୟାକ୍ଟେରିଆଜ୍‌ ମିଳିଥାଏ, ଯାହା ହଜମ ପ୍ରକ୍ରୀୟାକୁ ସଠିକ କରିବା କାମ କରିଥାଏ ଏବଂ ତାକୁ ସହଜ କରିଥାଏ। ଯେହେତୁ ଏହାର ଗୁଣ ଥଣ୍ଡା, ଏଥିପାଇଁ ଏହା ପେଟକୁ ଥଣ୍ଡା ରଖିଥାଏ ଏବଂ ଭୋଜନକୁ ଜଲଦି ପଚାଇଥାଏ। ଆପଣ ପ୍ରତ୍ୟେକ ମିଲ୍‌ ଖାଇବା ପରେ ଏହାକୁ ଖାଇପାରିବେ।

ଓ୍ଵାକ୍‌ କରନ୍ତୁ
ଅନେକ ଲୋକଙ୍କର ଅଭ୍ୟାସ ଥାଏ ଯେ ସେମାନେ ଖାଦ୍ୟ ଖାଇବାର ତୁରନ୍ତ ପରେ ବିଛଣାକୁ ପଳାନ୍ତି। ଯଦି ଆପଣ ଏପରି କରୁଛନ୍ତି ତାହେଲେ ଜମା ବି କରନ୍ତୁନାହିଁ। ଭୋଜନ କରିବା ପରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ନିଶ୍ଚୟ ଚାଲନ୍ତୁ। ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିଥାଏ ଏବଂ ତାପରେ ଗ୍ୟାସ କିମ୍ବା କବ୍ଜ ଭଳି ସମସ୍ୟା ଆପଣଙ୍କ ପାଖ ମାଡିନଥାଏ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens