Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏକଜିଟ ପୋଲ, ବାଜିମାରି ନେବେ ବିଜୟ

ଏକଜିଟ ପୋଲ, ବାଜିମାରି ନେବେ ବିଜୟ

Odisha News Lens 3 weeks ago

ତାମିଲନାଡୁ ବିଧାନସଭା ନିର୍ବାଚନ ମେ ୪ ତାରିଖରେ ଘୋଷଣା କରାଯିବ। କିନ୍ତୁ ଏକଜିଟ୍ ପୋଲଗୁଡ଼ିକ ସେମାନଙ୍କର ପୂର୍ବାନୁମାନ ପ୍ରକାଶ କରିସାରିଛି । ଏକଜିଟ ପୋଲର ଫଳାଫଳ ତାହା ତାମିଲନାଡୁ ରାଜନୀତି କି ସରଗରମ କରିଦେଇଛି।

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ବୁଧବାର ଆସିଛି ବୁଥ୍ ବାହୁଡ଼ା ମତ ବା ଏକଜିଟ ପୋଲ ଫଳାଫଳ।

ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ମେଣ୍ଟ ଏଠାରେ ପୁଣି ବାଜି ମାରି ଲଗାତାର ଦ୍ୱିତୀୟ ଥର ସରକାର ଗଠନ କରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରୁ ଜଣାପଡ଼ିଛି। କିନ୍ତୁ ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ ଫଳାଫଳ କିଛି ଅଲଗା କହୁଛି। ଏହି ସଂସ୍ଥା ଅନୁଯାୟୀ, ଅଭିନେତାରୁ ରାଜନେତା ପାଲଟି ଥିବା ବିଜୟଙ୍କ ଟିଭିକେ ଗଢ଼ିପାରେ ସରକାର।

ଆକ୍ସିସ୍ ମାଇ ଇଣ୍ଡିଆ ପୋଲରେ ବିଜୟଙ୍କ ଟିଭିକେ ଏକ ପ୍ରମୁଖ ଦଳ ଭାବରେ ଉଭା ହେଉଥିବା ଦର୍ଶାଯାଇଛି । ଯଦି ଏହି ସଂଖ୍ୟା ପ୍ରକୃତ ଫଳାଫଳରେ ପରିଣତ ହୁଏ, ତେବେ ବିଜୟ ତାମିଲନାଡୁରେ ସରକାର ଗଠନ କରିବେ ।

TVK ୩୫% ଭୋଟ ସେୟାର ସହିତ, ୯୮-୧୨୦ ଆସନ- ଆକ୍ସିସ୍ ମାଇ ଇଣ୍ଡିଆ ଏକଜିଟ୍ ପୋଲରେ ଟିଭିକେ ୩୫% ଭୋଟ ସେୟାର ସହିତ ୯୮-୧୨୦ ଆସନ ଜିତିବ ବୋଲି ଆକଳନ କରାଯାଇଛି । ଯଦି ଏକଜିଟ୍ ପୋଲ୍ ଏକଜାଟ୍ ହୁଏ ଟିଭିକେ ପାଇଁ ଏକ ଐତିହାସିକ ସଫଳତା ହୋଇପାରେ । ଡିଏମକେ ମେଣ୍ଟ ୯୨-୧୧୦ ଆସନ ଜିତିବ ବୋଲି ଆକଳନ କରାଯାଇଛି, ଯାହା ସ୍ପଷ୍ଟ କରିଛି ଯେ, ଟିଭିକେ ଏହି ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ଉଭା ହୋଇପାରେ । ଯଦି ଟିଭିକେ ଭଲ ପ୍ରଦର୍ଶନ କରେ, ତେବେ ବିଜୟ କେବଳ ରାଜା ହୋଇପାରିବେ ନାହିଁ, ବରଂ କିଙ୍ଗମେକର ଭୂମିକା ମଧ୍ୟ ଗ୍ରହଣ କରିପାରିବେ ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens