Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

ଅନେକ ସମୟରେ ଆମେ ଦେଖୁ ଘରେ ଅଯଥାରେ ଅଶାନ୍ତି ଲାଗିରହିଥାଏ । ଅର୍ଥର ସଙ୍କଟ ମଧ୍ୟ ଦେଖାଦେଇଥାଏ । ଆମେ ଭାବିଥାଉ ଏହା ଘରର ବାସ୍ତୁ ଦୋଷ ପାଇଁ ହେଉଛି । ମାତ୍ର ଏହା କେବଳ ଘରର ବାସ୍ତୁ ଦୋଷରୁ ହୋଇନଥାଏ । ଘରର ସଦସ୍ୟ ମାନଙ୍କର ବିଭିନ୍ନ ପ୍ରକାର କାର୍ୟ୍ୟକଳାପ ଯୋଗୁଁ ମଧ୍ୟ ଘରେ ଏଭଳି ଅଶାନ୍ତି ଲାଗିରହିଥାଏ । ତେଣୁ ଘରେ ଅଶାନ୍ତି ନହେବା ପାଇଁ ଏଭଳି ଅଶୁଭ କାମ ସବୁ କେବେ କରନ୍ତୁ ନାହିଁ ।

ଘରେ କେବେ ହେଲେ ବି ଖଟ ଉପରେ ବସି ଖାଆନ୍ତୁନାହିଁ । ଏଭଳି କରିବା ଦ୍ବାରା ଘରେ ସବୁବେଳେ ଅଶାନ୍ତି ବୃଦ୍ଧି ପାଇଥାଏ । ଘରଲୋକଙ୍କ ପାଖରେ କେବେ ହେଲେ ବି ଅର୍ଥ ରହେନାହିଁ । ଘରର ମୁଖ୍ୟ ଦ୍ବାରରେ କେବେ ହେଲେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ।
ଏଭଳି କରିବା ଦ୍ବାରା ପଡୋଶୀମାନେ ଶତ୍ରୁ ହୋଇଯିବେ ।
ରାତିରେ ଅଇଁଠା ବାସନ ରଖନ୍ତୁ ନାହିଁ । ବାସନକୁ ଧୋଇକରି ରଖନ୍ତୁ । ରାତିରେ ଅଇଁଠା ବାସନ ରଖିବା ଦ୍ବାରା ଅର୍ଥହାନି ହୋଇଥାଏ ।
ଘରେ କେବେ ହେଲେ ଝାଡୁକୁ ଛିଡା କରି ରଖନ୍ତୁନାହିଁ । ଝାଡୁରେ କେବେହେଲେ ଗୋଡ ଲଗାନ୍ତୁନାହିଁ । ନଚେତ୍ ଘରେ ଦାରିଦ୍ର୍ୟ ଦେଖାଦେବ ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens