Dailyhunt
ଏପରି ନିଅନ୍ତୁ ନିଜର ଯତ୍ନ

ଏପରି ନିଅନ୍ତୁ ନିଜର ଯତ୍ନ

Odisha News Lens 2 weeks ago

ଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ, ଚିଡ଼ଚିଡ଼ ହେବା ଏବଂ ଟେନସନ ଆଦି ଆମର ଜୀବନର ଅଂଶ ହୋଇଯାଏ। ରୋଜଗାରର ଭାଗଦୌଡ଼ରେ ଯଦି ଆମେ ନିଜ ମନ ଓ ଶରୀରକୁ ବିଶ୍ରାମ ନ ଦେବା, ତେବେ କାମ ଠିକରେ କରିପାରିବା ନାହିଁ।

ସେଲ୍ଫ କେୟାର ଆମକୁ ଭିତରୁ ମଜବୁତ କରେ। କଠିନ ପରିସ୍ଥିତିରେ ମଧ୍ୟ ଆମକୁ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଯେତେବେଳେ ଆମେ ନିଜକୁ ସମୟ ଦେବା, ତେବେ ହିଁ ଜୀବନକୁ ଭଲ ଭାବରେ ଜିଇଁପାରିବା।

ଦିନର ଆରମ୍ଭ:
ସକାଳେ ଉଠିବା ମାତ୍ରେ ଫୋନ ଦେଖିବା ବଦଳରେ ୧୦ରୁ ୧୫ ମିନିଟ ନିଜ ପାଇଁ ବାହାର କରନ୍ତୁ। ହାଲୁକା ଷ୍ଟ୍ରେଚିଙ୍ଗ, ବୁଲିବା କିମ୍ବା ଚୁପ ବସି ଗଭୀର ନିଃଶ୍ୱାସ ନେବା ଭଳି କିଛି ବି ଚଳିବ। ଏହାଦ୍ୱାରା ଦିନର ଆରମ୍ଭ ଶାନ୍ତ ମନରେ ହୁଏ ଏବଂ ପୁରା ଦିନ ଭଲରେ ଯାଏ।

ଡିଜିଟାଲ ବାଲାନ୍ସ ବଜାୟ ରଖନ୍ତୁ: ଦିନରେ କିଛି ସମୟ ଏପରି ରଖନ୍ତୁ ଯେତେବେଳେ ଆପଣ ମୋବାଇଲ, ଲ୍ୟାପଟପ କିମ୍ବା ସୋସିଆଲ ମିଡିଆରୁ ଦୂରେଇ ରହିବେ। ଖାଦ୍ୟ ଖାଉଥିବା ସମୟରେ ଫୋନ ଦେଖନ୍ତୁ ନାହିଁ ଏବଂ ଶୋଇବା ପୂର୍ବରୁ ସ୍କ୍ରିନ ଟାଇମ କମ କରନ୍ତୁ।

ନିଜ ଶରୀରର କଥା ଶୁଣନ୍ତୁ:
ସେଲ୍ଫ କେୟାରର ଏକ ବଡ଼ ଅଂଶ ହେଉଛି ଶରୀରର ଆବଶ୍ୟକତାଗୁଡ଼ିକ ବୁଝିବା। ସମୟରେ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ପୂରା ନିଦ ନେବା ବହୁତ ଜରୁରୀ। ରୋଜ ୨୦ରୁ ୩୦ ମିନିଟ ବୁଲିବା କିମ୍ବା ହାଲୁକା ବ୍ୟାୟାମ କରନ୍ତୁ।

ମନର ଭାବନାଗୁଡ଼ିକୁ ଦବାନ୍ତୁ ନାହିଁ:
ଆମେ ପ୍ରାୟତଃ ସବୁ ଠିକ ଅଛି କହି ନିଜ ଭାବନାଗୁଡ଼ିକୁ ଅବହେଳା କରିଦେଉ। କିନ୍ତୁ ସେଲ୍ଫ କେୟାରର ଅର୍ଥ ହେଉଛି ନିଜର ଖୁସି, ଦୁଃଖ, ରାଗ, ସବୁକୁ ଗ୍ରହଣ କରିବା। ଯଦି ମନ ଭାରି ଲାଗେ ତେବେ କୌଣସି ବିଶ୍ୱସ୍ତ ବ୍ୟକ୍ତି ସହିତ କଥା କହନ୍ତୁ କିମ୍ବା ନିଜ କଥାଗୁଡ଼ିକ ଲେଖି ରଖନ୍ତୁ। ଏହା ମନକୁ ହାଲୁକା କରିଥାଏ।

ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ବନ୍ଦ କରନ୍ତୁ:
ସୋସିଆଲ ମିଡିଆରେ ଅନ୍ୟମାନଙ୍କର ଜୀବନ ପରଫେକ୍ଟ ଲାଗିପାରେ, କିନ୍ତୁ ବାସ୍ତବତା ଭିନ୍ନ ହୋଇଥାଏ। ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens