Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ

ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ

Odisha News Lens 2 weeks ago

ମୁମ୍ବାଇ:ବଲିଉଡ୍‌ ଅଭିନେତା ଆମିର ଖାନ ୬୧ ବର୍ଷ ବୟସରେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ଦୁଇଟି ବିବାହ ବିଚ୍ଛେଦ ପରେ ସେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ଏକ ପଞ୍ଜିକୃତ ବିବାହରେ ବିବାହ କରିଥିବା ସୂଚନା ମିଳିଛି। ମୁମ୍ବାଇର ବାନ୍ଦ୍ରାସ୍ଥିତ ପାଲି ହିଲ୍‌ରେ ଥିବା ଆମିରଙ୍କ ବାସଭବନରେ ପରିବାର ସଦସ୍ୟ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ଦିନ ୧୨ଟା ୪୫ ମିନିଟ୍‌ରେ ଉଭୟ ବିବାହ ପଞ୍ଜିକରଣ ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ସମୟରେ ଆମିରଙ୍କ ପୁଅ ଆଜାଦ ଓ ଗୌରୀଙ୍କ ପୂର୍ବ ବିବାହର ପୁଅ ମଧ୍ୟ ଉପସ୍ଥିତ ଥିଲେ। ଶିଳ୍ପପତି ମୁକେଶ ଅମ୍ବାନୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ସମେତ କିଛି ଘନିଷ୍ଠ ବନ୍ଧୁ ଏହି ଅବସରରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି। ପ୍ରଥମେ ସେ ରୀନା ଦତ୍ତଙ୍କୁ ବିବାହ କରିଥିଲେ।

ଏହି ବିବାହରୁ ତାଙ୍କର ଦୁଇ ସନ୍ତାନ ଜୁନୈଦ ଓ ଇରା ଖାନ ଅଛନ୍ତି। ପ୍ରାୟ ୧୫ ବର୍ଷର ଦାମ୍ପତ୍ୟ ଜୀବନ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।ପରବର୍ତ୍ତୀ ସମୟରେ ଆମିର ଚଳଚ୍ଚିତ୍ର ନିର୍ଦ୍ଦେଶକ କିରଣ ରାଓଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ପୁଅ ଆଜାଦ ରହିଛନ୍ତି। ୨୦୨୧ ମସିହାରେ ଉଭୟ ଅଲଗା ହେବାର ଘୋଷଣା କରିଥିଲେ ମଧ୍ୟ ସନ୍ତାନର ଲାଳନପାଳନ ଓ ପେସାଗତ କ୍ଷେତ୍ରରେ ସହଯୋଗ ଜାରି ରଖିଥିଲେ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens