Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଲେ ଟ୍ରମ୍ପ

Odisha News Lens 6 days ago

ତେହରାନ : ଇରାନ ଉପରେ ପୁନର୍ବାର ସଶସ୍ତ୍ର ଆକ୍ରମଣ କରିବା ପାଇଁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଟ୍ରମ୍ପ କହିଥିଲେ ଇରାନ ଉପରେ ବର୍ତ୍ତମାନ ଆମେରିକା ଆକ୍ରମଣ ବନ୍ଦ ରଖିଛି ସତ ହେଲେ ଯେକୌଣସି ସମୟରେ ପୁନର୍ବାର ଆକ୍ରମଣ କରିପାରେ। ସେହିପରି ଇରାନ୍‌ ସହ ନିକଟ ଭବିଷ୍ୟତରେ ଆଲୋଚନା କରାଯିବାର ସମ୍ଭାବନା ନ ଥିବା ଟ୍ରମ୍ପ ସ୍ପଷ୍ଟ କରି ଦେଇଛନ୍ତି।

ଆମେରିକାର ଆକ୍ରମଣରେ ଇରାନ ସାମରିକ ଦୃଷ୍ଟିରୁ ଦୁର୍ବଳ ହୋଇପଡ଼ିଥିବା ଟ୍ରମ୍ପ ଦାବି କରିଛନ୍ତି। ଇରାନ୍‌ର ସୈନ୍ୟ ଶକ୍ତି ଓ ଅସ୍ତ୍ରଶସ୍ତ୍ର କମିଛି, ସେନା କର୍ମଚାରୀଙ୍କୁ ଦରମା ଦେବାକୁ ଇରାନ ପାଖରେ ଅର୍ଥ ନାହିଁ। ଯଦି ଚାପର ବଶବର୍ତ୍ତୀ ହୋଇ ଇରାନ୍‌ ହର୍ମୁଜ ପ୍ରଣାଳୀ ଦେଇ ପଣ୍ୟବାହୀ ଜାହାଜ ଚଳାଚଳ ପାଇଁ ଅନୁମତି ଦିଏ ତେବେ ସୁଦ୍ଧା ଇରାନ ଉପରେ ଆମେରିକା ସଶସ୍ତ୍ର ଆକ୍ରମଣ କରିବ ନାହିଁ ବୋଲି ‌େ‌କୗଣସି ଗ୍ୟାରେଣ୍ଟ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରି ଦେଇଛନ୍ତି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens