Dailyhunt
ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ମିଳିଲା ଆଶ୍ୱସ୍ତି

ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ମିଳିଲା ଆଶ୍ୱସ୍ତି

Odisha News Lens 2 weeks ago

ଭୁବନେଶ୍ବର : ଭୁବନେଶ୍ବର ସହିତ ନୟାଗଡ଼, କଟକ, ଅନୁଗୋଳ, ଝାରସୁୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, ଫୁଲବାଣୀ, ଟିଟିଲାଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ରାଉରକେଲାରେ ବଜ୍ରପାତ ସହିତ ଝଡ଼ତୋଫାନ ହୋଇଛି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲାକୁ ବଜ୍ରପାତ ସହିତ ଝଡ଼ତୋଫାନ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ଦୁଇଟି ଜିଲାର କିଛି ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ନବରଙ୍ଗପୁର, ଅନୁଗୋଳ, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲାକୁ ବଜ୍ରପାତ ସହିତ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ବଲାଙ୍ଗିରରେ ଗୁରୁବାର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ଥିବାବେଳେ ବୌଦ୍ଧରେ ୪୨, ନୂଆପଡ଼ାରେ ୪୧.୬, ଟିଟିଲାଗଡ଼ରେ ୪୧.୩, ଢେଙ୍କାନାଳରେ ୪୦.୯, ଭବାନୀପାଟଣାରେ ୪୦.୬ ଏବଂ ସୁବର୍ଣ୍ଣପୁରରେ ୪୦.୪ ଡିଗ୍ରୀ ରେକର୍ଡ ହୋଇଥିଲା।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens