Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି

ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ସାଂସଦ କାକୋଲି

Odisha News Lens 22 hrs ago

ଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପରାଜୟ ପରେ ମମତା ବାନାର୍ଜୀଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା ଲୋକସଭା ସାଂସଦ କାକୋଲି ଦସ୍ତିଦାର୍‌ ବାରାସାତ୍‌ ଜିଲ୍ଲା କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ନିର୍ବାଚନ ପରିଚାଳନାକୁ ନେଇ ସେ ଅସନ୍ତୋଷ ଝାଡ଼ିଛନ୍ତି ।

ବାରାସାତରୁ ସାଂସଦ ହୋଇଥିବା ଡକ୍ଟର କାକୋଲି ଘୋଷ ନିର୍ବାଚନ ପ୍ରକ୍ରିୟା ସମୟରେ ଟିଏମ୍‌ସି ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପ୍ୟାକ୍‌ର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, ନିର୍ବାଚନ ସମୟରେ ଆଇ-ପ୍ୟାକ୍ ଟିମ୍ ତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା । ଯାହା ଦଳର କାର‌୍ୟ୍ୟଶୈଳୀକୁ ପ୍ରଭାବିତ କରିଥିଲା। ମୋ ନିର୍ବାଚନମଣ୍ଡଳୀର ସମସ୍ତ ଆସନରେ ଦଳର ପରାଜୟ ହୋଇଛି । ତେଣୁ ମୁଁ ଏହି ଖରାପ ପ୍ରଦର୍ଶନର ଦାୟିତ୍ୱ ନେଉଛି । ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଉଛି। ସାମ୍ପ୍ରତିକ ସମୟରେ ଦୁର୍ନୀତି ଓ ଅପରାଧ ସହ ଜଡ଼ିତ ଘଟଣାଗୁଡ଼ିକ ଜନସାଧାରଣଙ୍କ ମଧ୍ୟରେ ଦଳର ଭାବମୂର୍ତ୍ତିକୁ ପ୍ରଭାବିତ କରିଛି।

କାକୋଲି ଚିଠି ଲେଖି ଜଣାଇଛନ୍ତି ଯେ, କିଛି ଦିନ ହେଲା ପଶ୍ଚିମବଙ୍ଗରେ ଅପରାଧ ଓ ଦୁର୍ନୀତି ଘଟଣାକୁ ନେଇ ଲୋକଙ୍କ ମନରେ ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଭୟ ଦେଖାଯାଇଥିଲା। ଗଣତନ୍ତ୍ରରେ ଉତ୍ତରଦାୟୀ ହେବା ଓ ଲୋକଙ୍କ ପ୍ରତି ଦାୟିତ୍ବବୋଧ ରହିବା ଓ ନୈତିକତାକୁ ଗୁରୁତ୍ବ ଦେବା ଜରୁରୀ। ବିଧାନସଭା ନିର୍ବାଚନରେ ଜିଲ୍ଲାରେ ଦଳ ଆଶା ଅନୁଯାୟୀ ପ୍ରଦର୍ଶନ କରିନଥିଲା।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens