Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନାକୁ ଏନକାଉଣ୍ଟର

କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନାକୁ ଏନକାଉଣ୍ଟର

Odisha News Lens 3 weeks ago

ପୁରୀ: ଆକ୍ସନ ମୋଡରେ ପୁରୀ ପୁଲିସ। ରାଜ୍ୟରେ ଦିନକୁ ଦିନ ଅପରାଧୀମାନେ ଅପରାଧ ଘଟାଉଛନ୍ତି। ଅପରାଧ ଘଟାଉଥିବ ଅପରାଧୀମାନଙ୍କ ପାଇଁ ଚିନ୍ତାରେ ପୁଲିସ।। ଘାଇଲା ହେଲା କୁଖ୍ୟାତ ଅପରାଧୀ ବିଷ୍ଣୁ ଜେନା ଓରଫ ଚନ୍ଦନ। ବାସେଳୀ ସାହି ଥାନା ପୋଲିସ ପକ୍ଷରୁ ଗତକାଲି ରାତିରେ ଓଁକାରେଶ୍ବର ନିକଟରେ ଏନକାଉଣ୍ଟର କରାଯାଇଥିଲା। ଚନ୍ଦନର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଚନ୍ଦନ ଜେନା ଜଣେ ପେଶାଦାର ଅପରାଧୀ। ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens