Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

Odisha News Lens 4 days ago

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି କିମ୍ବା ତଣ୍ଟି ଦରଜ ହେଉଛି ତେବେ ତେଜପତ୍ର ଏବଂ ଅଦା ମିଶ୍ରତ ପାଣିରେ କିଛି ମିଶ୍ରି ପକାଇ ତାହାକୁ ଫୁଟାଇ ପିଅନ୍ତୁ। ଆମ ଶରୀରରେ ହିମୋଗ୍ଲୋବିନ ସ୍ତର ସନ୍ତୁଳିତ ରହିବା ନିହାତି ଜରୁରୀ।

ନିୟମିତ ମିଶ୍ରି ଖାଇଲେ ଏହି ସ୍ତର କତେକାଂଶରେ ଠିକ୍‌ ରହିଥାଏ। ମିଶ୍ରିର ଆଉ ଏକ ଉପକାରୀ ଗୁଣ ରହିଛି। ଏହା ହଜମ ପ୍ରକ୍ରିୟାକୁ ଆହୁରି ଦୃଢ଼ କରିଥାଏ। ଏହା ସହିତ କିଛି ପାନମଧୁରୀ ମିଶାଇ ଖାଇପାରନ୍ତି। ଆପଣଙ୍କର ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଯଦି ହଁ, ତେବେ ନିୟମିତ ମିଶ୍ରି ଖାଇଲେ ତାହା ଏହାକୁ ନିୟନ୍ତ୍ରଣରେ ରଖିଥାଏ। ଚାପର ବଶବର୍ତ୍ତୀ ହୋଇଥିଲେ କିମ୍ବା ଥକା ଲାଗୁଥିଲେ ଏଥିରୁ ମୁକୁଳିବା ପାଇଁ ମିଶ୍ରି କେତେକାଂଶରେ ସାହାଯ୍ୟ କରିଥାଏ। ଏଥିଲାଗି ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ମିଶ୍ରି ମିଶାଇ ତାହାକୁ ପିଅନ୍ତୁ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens