Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ମାଝୀରେ' ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

'ମାଝୀରେ' ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

Odisha News Lens 2 days ago

ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସଙ୍ଗୀତ ଶିଳ୍ପରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ଦରଦୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଗୁରୁ କୁନାଲ ଆଦିନାରାୟଣଙ୍କ ତାଲିମରେ ପ୍ରଣବ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ପରେ ନିଜ ପ୍ରତିଭା ଓ ସ୍ୱରର ମାଧୁର୍ଯ୍ୟ ବଳରେ ସେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ।

୧୯୫୮ ମସିହାରେ 'ମା' ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ପ୍ଲେବ୍ୟାକ୍ ଗାୟକ ଭାବେ ସେ କଣ୍ଠଦାନ କରିଥିଲେ।

'ଶେଷ ଶ୍ରାବଣ' ଚଳଚ୍ଚିତ୍ରର 'ମାଝୀରେ' ଗୀତ ପାଇଁ ପ୍ରଣବ ପଟ୍ଟନାୟକ ବିଶେଷ ଭାବେ ଲୋକପ୍ରିୟ ହୋଇଥିଲେ। ତାଙ୍କ ଆବେଗଭରା କଣ୍ଠରେ ଏହି ଗୀତ ଶ୍ରୋତାଙ୍କ ହୃଦୟ ଛୁଇଁଥିଲା। ଏହି ଗୀତ ତାଙ୍କ ସଙ୍ଗୀତ ଯାତ୍ରାର ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିଛି।

ଯେଉଁ କେତେକ ଗୀତ ଗାଇ ମୁଁ ଚରମ ଆତ୍ମତୃପ୍ତି ପାଇଛି ସେହି ଗୀତସବୁର ତାଲିକା ଭିତରେ ୧୯୬୨ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ 'ସୂର୍ଯ୍ୟମୁଖୀ' ଚଳଚ୍ଚିତ୍ରର 'ଅନ୍ତରେ କାନ୍ଦେ, ବାହାରେ ହସେ ମୁଁ' ଗୀତଟି ନିଶ୍ଚୟ ରହିବ ବୋଲି ପ୍ରଣବ କହିଥିଲେ । ସେ କହିଥିଲେ, ମୋର ଭାଗ୍ୟ ଯେ ଓଡ଼ିଶାର ଅଧିକାଂଶ ପ୍ରଥିତଯଶା ସଙ୍ଗୀତ ନିର୍ଦ୍ଦେଶକମାନେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶନା ବେଳେ ମୋତେ ସୁଯୋଗ ଦେଇଛନ୍ତି । ମା' ଚଳଚ୍ଚିତ୍ରରେ ଭୁବନେଶ୍ୱର ମିଶ୍ରଙ୍କ ସଂଯୋଜନାରେ 'ବେଦନା ସାଗର ତୀରେ' ଥିଲା ବିରହ ଗୀତ ଆଉ ବାଳକୃଷ୍ଣ ଦାଶଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ 'ଶ୍ରୀଲୋକନାଥ'ର 'ତୁ କି ପରଦେଶୀ ନିଜ ଦେଶେ' ମଧ୍ୟ ଥିଲା ଦୁଃଖର ଗୀତ । ଦୁଇଟି ଗୀତ ଯଥେଷ୍ଟ ଲୋକପ୍ରିୟ ମଧ୍ୟ ହୋଇଥିଲା । 'ଅନ୍ତରେ କାନ୍ଦେ, ବାହାରେ ହସେ ମୁଁ ଏଇ ମୋର ପରିଚୟ', ଗୀତଟି ଅଜସ୍ର ଲୋକପ୍ରିୟତା ପାଇଲା । ଏହି ଗୀତ ମଧ୍ୟ ମୋର ଅନ୍ୟତମ ପ୍ରିୟ ଗୀତ ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens