ଭୁବନେଶ୍ବର : ଅତାବିରା ସହର ମଧ୍ୟ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ଲୁହା ବୋଝେଇ ଡମ୍ପର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଗୋଡ଼ଭଗା ନିକଟସ୍ଥ ବେଲମୁଣ୍ଡାପଡ଼ାର କୁଳମଣି ସୁନା (୩୫) ବୋଲି ଜଣାପଡିଛି। ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ କୁଳମଣି ବାଇକ୍ ନେଇ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଅତାବିରା ସିନେମା ହଲ୍ ସମ୍ମୁଖରେ ଏକ ଲୁହା ବୋଝେଇ ଡମ୍ପର ତାଙ୍କୁ ପଛପଟୁ ପ୍ରଚଣ୍ଡ ଧକ୍କା ଦେଇଥିଲା।
ପରେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଭିମସାର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor

