Dailyhunt
ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ଘଟଣାରେ କଂଗ୍ରେସର ଆନ୍ଦୋଳନ ଚେତାବନୀ

ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ଘଟଣାରେ କଂଗ୍ରେସର ଆନ୍ଦୋଳନ ଚେତାବନୀ

Odisha News Lens 1 week ago

ଭୁବନେଶ୍ୱର : ଟ୍ୱିନସିଟି ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ଘଟଣାରେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛି । ଏବଂ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛି। ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ରେଳମନ୍ତ୍ରୀଙ୍କୁ ଉତ୍ତର ମାଗିଛି ଯୁବ କଂଗ୍ରେସ। ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ୟାସିର ନୱାଜ ସରକାରଙ୍କୁ ନିଶାଣ କରି କହିଛନ୍ତି, ଯେତେବେଳେ ନିର୍ବାଚନ ଆସେ ସରକାର ବିଭିନ୍ନ ପ୍ରକାରର ସରକାର ପ୍ରତିଶ୍ରୁତି ଦିଅନ୍ତି।

କିନ୍ତୁ ନିର୍ବାଚନ ସରିବା ପରେ ସେସବୁ ଦୂରେଇ ଦିଅନ୍ତି। ପୂର୍ବ ସରକାର ନିର୍ବାଚନ ପୂର୍ବରୁ ମେଟ୍ରୋର ଆବଶ୍ୟକତା ଥିବା କଥା କହି ପ୍ରକଳ୍ପ ଆରମ୍ଭ କରିଥିଲେ।‌ ଏଥିପାଇଁ କେନ୍ଦ୍ରୀୟ ମେଟ୍ରୋ ସଂସ୍ଥା ମଧ୍ୟ ସର୍ଭେ କରିଥିଲେ। କିନ୍ତୁ ବିଜେପି ସରକାରକୁ ଆସିବା ପରେ କହିଲା ଆବଶ୍ୟକ ନାହିଁ।‌ ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ସରକାର ବୈମାତୃକ ମନୋଭାବ ଦେଖାଉଥିବା ସେ କହିଛନ୍ତି। ଘଟଣାର ପୁନର୍ବିଚାର ୭ଦିନରେ କରିବା ସହ ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ୟାସିର।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens