Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ

ମିଶରରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ

Odisha News Lens 4 days ago

କାଏରୋ: ମିଶରରେ ସୋମବାର ଭୋର୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ରିପୋର୍ଟ କରିଛି ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା(ଭାରତୀୟ ସମୟ ଭୋର୍ ୩ଟା)ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ହଠାତ୍ ଭୂମିକମ୍ପ ଯୋଗୁଁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ।

ଭୂମିକମ୍ପର କେନ୍ଦ୍ର ଭୃପୃଷ୍ଠର ୧୦ କିଲୋମିଟର ଗଭୀରତାରେ ଥିଲା। ଇଜିପ୍ଟର ଅଧିକାରୀମାନେ ସୁଏଜ୍ ସହରରୁ ୩୮ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ଦେଇଛନ୍ତି। ଭୂମିକମ୍ପର କେନ୍ଦ୍ରସ୍ଥଳ ମିଶର ଥିଲେ ମଧ୍ୟ ଏହାର ପ୍ରଭାବରେ କାଇରୋ, ଗିଜା ଏବଂ ଅନେକ ମିଶରର ଅନ୍ୟ ପ୍ରଦେଶ ସମେତ ପାଲେଷ୍ଟାଇନ, ଇସ୍ରାଏଲ, ଜୋର୍ଡାନ, ଲେବାନନ ଏବଂ ସାଇପ୍ରସର କିଛି ଅଞ୍ଚଳର ଲୋକମାନେ ମଧ୍ୟ ଭୂମିକମ୍ପର ଝଟ୍‌କା ଅନୁଭବ କରିଥିଲେ।

ଇଜିପ୍ଟର ରେଡ୍ କ୍ରିସେଣ୍ଟ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଜରୁରୀକାଳୀନ ପ୍ରତିକ୍ରିୟା ସକ୍ରିୟ କରିଛି। ଏହି ଅଞ୍ଚଳଗୁଡ଼ିକରୁ ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ରେଡ୍ କ୍ରିସେଣ୍ଟ ଲୋକମାନଙ୍କୁ ପୁରୁଣା ଏବଂ କ୍ଷତିଗ୍ରସ୍ତ କୋଠାଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛି। କର୍ତ୍ତୃପକ୍ଷ ଲୋକମାନଙ୍କୁ କେବଳ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଏବଂ କୌଣସି ଗୁଜବରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens