Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
NICU ରେ ନିଆଁ, ୩ ନବଜାତ ଶିଶୁଙ୍କ ମୃତ୍ୟୁ

NICU ରେ ନିଆଁ, ୩ ନବଜାତ ଶିଶୁଙ୍କ ମୃତ୍ୟୁ

ହାରାଷ୍ଟ୍ରର ଅମରାବତୀ ଜିଲ୍ଲା ହସ୍ପିଟାଲର ତୃତୀୟ ମହଲାରେ ଥିବା NICU ରେ ହଠାତ୍ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ୩ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୬ ଜଣ ଶିଶୁ ଆହତ ହୋଇଛନ୍ତି।

ନିଆଁ ଲାଗିବା ପରେ ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ହସ୍ପିଟାଲ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ।

ଧୂଆଁ ଓ ନିଆଁ ମଧ୍ୟରୁ ଶିଶୁମାନଙ୍କୁ ଗୋଟିଏ ପରେ ଗୋଟିଏ କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ତେବେ ଏହି ଉଦ୍ଧାର ମଧ୍ୟରେ ୩ ଜଣ ନବଜାତ ଶିଶୁଙ୍କ ଜୀବନ ବଞ୍ଚାଯାଇପାରିନଥିଲା। ନିଆଁରେ ଝଲସିଯାଇ ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ପ୍ରାୟ ୬ ଜଣ ଆହତ ଶିଶୁଙ୍କୁ ତୁରନ୍ତ ସୁପର୍ ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।

ଏହି ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭେଣ୍ଟିଲେଟରରେ ବିସ୍ଫୋରଣ ହିଁ ଅଗ୍ନିକାଣ୍ଡର କାରଣ କି ନାହିଁ, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ। ହସ୍ପିଟାଲ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens