Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନୂଆ ଗାଇଡଲାଇନ, ଏଣିକି ଟେଟ୍ରା ପ୍ୟାକରେ ମିଳିବ ମଦ

ନୂଆ ଗାଇଡଲାଇନ, ଏଣିକି ଟେଟ୍ରା ପ୍ୟାକରେ ମିଳିବ ମଦ

Odisha News Lens 6 months ago

ଭୁବନେଶ୍ଵର: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ହେଲେ ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ ଓଟିଡିସିକୁ କୁ ବିକ୍ରି ପାଇଁ ଅନୁମତି ଦିଆଯାଇଛି।

ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହେବ ।

କିଛି ଦିନ ତଳେ ସରକାର ନୂଆ ଅବକାରୀ ନୀତି ୨୦୨୬-୨୯ ଆଣିଥିଲେ। ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରାଯାଇଥିଲା। ଏହି ନୀତି ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ। ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ବୀକାର କରାଯାଇଛି। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବୃଦ୍ଧି ହେବ। ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଦେଶୀ ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens