Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

Odisha News Lens 1 week ago

ଗୁଜରାଟର ରାଜକୋଟରେ ପାନ ଖାଇବାକୁ ନେଇ ପରେଶ ଚୌହାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଅନିଲ ଓରଫ କାନୋ ପରମାର, ଧର୍ମେଶ ଓରଫ ରାଧେ ରାଠୋର ଏବଂ ଜଣେ ନାବାଳକଙ୍କୁ ପୁଲିସ ଗିରଫ କରିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପାନ ଦୋକାନରେ ହୋଇଥିବା ବିବାଦ ସମ୍ପର୍କରେ ଅନିଲ ତାଙ୍କ ନାବାଳକ ସାଙ୍ଗକୁ ଜଣାଇଥିଲେ।

ପରେ ନାବାଳକ ଜଣକ ଧର୍ମେଶଙ୍କୁ ଏହି ଘଟଣା ବିଷୟରେ କହିଥିଲେ।

ସୂଚନା ଅନୁସାରେ, ଅକ୍ଟୋବର ୧୩ ତାରିଖରେ ରାଜକୋଟର ୧୫୦ ଫୁଟ୍‌ ରିଙ୍ଗ୍‌ ରୋଡ୍‌ର ଆସ୍ଥା ଚୌକଡ଼ି ନିକଟରେ ଥିବା ପାନ ଦୋକାନ ପାଖରେ ଏହି ଘଟଣା ଘଟିଥିଲା। ପରେଶ ଚୌହାନ ନିଜ ସାଙ୍ଗମାନଙ୍କ ସହ ଦୋକାନ ନିକଟରେ ବସିଥିବା ବେଳେ ଅନିଲ ଓରଫ କାନୋ ପରମାର ଜଣେ ସାଥୀଙ୍କ ସହ ଦୁଇଚକିଆ ଗାଡ଼ିରେ ସେଠାରେ ପହଞ୍ଚିଥିଲେ।

କୌଣସି କାରଣକୁ ନେଇ ପରେଶଙ୍କ ସହ ଅନିଲଙ୍କ ସାଥୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଏହା ଧୀରେ ଧୀରେ ବଢ଼ି ମାରପିଟ୍‌ର ରୂପ ନେଇଥିଲା। ଯୁକ୍ତିତର୍କ ଚାଲିଥିବା ବେଳେ ଅନିଲ ଓରଫ କାନୋ ସେଠାରୁ ପଛକୁ ଯାଇଥିଲେ। କିଛି ସମୟ ପରେ ସେ ଏକ ଛୁରି ଧରି ଫେରିଥିଲେ ଏବଂ ପରେଶଙ୍କ ଶରୀରରେ ଏକାଧିକ ଥର ଆକ୍ରମଣ କରିଥିଲେ। ଏହି ସମୟରେ ଧର୍ମେଶ ଓରଫ ରାଧେ ରାଠୋର ପରେଶଙ୍କୁ ଧରି ରଖିଥିବା ଏବଂ ଛୁରିରେ ଆକ୍ରମଣ କରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ଅନ୍ୟ କିଛି ବ୍ୟକ୍ତି ମଧ୍ୟ ପରେଶଙ୍କୁ ମାଡ଼ ମାରିଥିବା ଅଭିଯୋଗ ରହିଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens