Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପରଲୋକରେ ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକ

ପରଲୋକରେ ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକ

ପାଟଣା: ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକଙ୍କ ୭୭ ବର୍ଷ ବୟସ ରେ ପରଲୋକ ଘଟିଛି। କିଛି ମାସ ହେଲା ସେ ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚିକିତ୍ସାଧିନ ରହିବା ପରେ ନିକଟରେ ଘରକୁ ଫେରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ୧୯୯୦ ରୁ ୧୯୯୫ ଯାଏଁ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ।

ଅପରପକ୍ଷରେ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ନାଏକ ପାଟଣା ବ୍ଲକର ଅଧ୍ୟକ୍ଷା ପଦ ଓ ତାଙ୍କ ସାନପୁଅ ଜଗନ୍ନାଥ ନାଏକ ଗତ ସରକାରଙ୍କ ସମୟ ରେ ବିଜୁଜନତା ଦଳ ର ପ୍ରାର୍ଥୀ ଭାବେ ପାଟଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ହେବାର ସୁଯୋଗ ପାଇଥିଲେ । ପାଟଣା ବ୍ଲକ ଭଗପଶି ଗ୍ରାମର ବାସିନ୍ଦା ସ୍ୱର୍ଗତ କାହ୍ନୁ ଚରଣ ନିଜ ପୁଅଙ୍କ ପାଖରେ କେନ୍ଦୁଝରରେ ରହୁଥିଲେ।ଚିକିତ୍ସାରେ ଉନ୍ନତି ନଘଟିବାରୁ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ଗୁରୁବାର ତାଙ୍କର ପରଲୋକ ଘଟିଛି।କାହ୍ନୁଚରଣଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ,ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର ,ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଚମ୍ପୁଆ ବିଧାୟକ ସନାତନ ମହାକୁଡ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାଏକ ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପୂର୍ବତନ ବିଧାୟକ ହୃଷୀକେଶ ନାଏକ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାଏକ ଝୁମ୍ପୁରା ବ୍ଲକ ବିଜେଡି ସଭାପତି ଡମ୍ବରୁଧର, ଚମ୍ପୁଆ ବ୍ଲକ ବିଜେଡି ସଭାପତି ଚୂଡ଼ାମଣି ମହାନ୍ତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି କାହ୍ନୁଚରଣ ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାର କୁ ସମବେଦନା ଜଣାଇଛନ୍ତି ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens