Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ: ଚଢାଇଦେଲେ ଥାର ଗାଡ଼ି, ୫ ଗିରଫ

ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ: ଚଢାଇଦେଲେ ଥାର ଗାଡ଼ି, ୫ ଗିରଫ

Odisha News Lens 2 weeks ago

ଭୁବନେଶ୍ଵର: ପ୍ରେମ ପାଇଁ ରାସ୍ତାରେ ଥାର ଗାଡ଼ି ଚଢାଇ ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ। ଏହି ଘଟଣାରେ ହିଟ ଆଣ୍ଡ ରନ୍ ମାମଲାରେ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ପ୍ରେମ ପାଇଁ ପ୍ରେମିକଙ୍କ ମଧ୍ୟରେ ବିବାଦ ନେଇଛି ହତ୍ୟାର ରୂପ । ମୃତ ବରେନ୍ୟ ରାଉତରାୟଙ୍କ ପ୍ରେମିକାକୁ ପୂର୍ବରୁ ଭଲ ପାଉଥିବା ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ।

ଯୋଜନାବଦ୍ଧ ଭାବେ ମିଳିମିଶି ହତ୍ୟା କରିଛନ୍ତି ହତ୍ୟାକାରୀ । ଆଚାର୍ଯ୍ୟ ହରିହର କଲେଜ ଛକରେ ଘଟିଥିବା ଦୁର୍ଘଟଣା ପଛର ହତ୍ୟାର ପ୍ରମାଣ ପାଇଛି ପୋଲିସ୍ । ପାଞ୍ଚ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ।

ପୂର୍ବ ପ୍ରେମିକ ଯୋଜନବଦ୍ଧ ଭାବେ ହତ୍ୟା କରିଛି । ପ୍ରଥମେ ସେମାନେ କ୍ରିକେଟ ଷ୍ଟମ୍ପ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆହତ ବରେନ୍ୟ ଆଉ ତାର ଦୁଇ ସାଙ୍ଗ ରକ୍ତାକ୍ତ ହୋଇ ଜୀବନ ବିକଳରେ ଖସିବାକୁ ଚେଷ୍ଟା କରିଥିଲେ । ପଛରୁ ଥାର ଗାଡ଼ିରେ ଗୋଡ଼ାଇବା ପରେ ଗାଡି ଚଢାଇ ହତ୍ୟା କରିଥିଲେ ଅଭିଯୁକ୍ତ । ଆକ୍ରମଣର ଶିକାର ପରେ ଜୀବନ ବଞ୍ଚାଇ ପଳାଉଥିବା ବେଳେ ବରେନ୍ୟଙ୍କୁ କାର ଚଢାଇ ହତ୍ୟା କରିଛନ୍ତି। ଜବତ ହୋଇଛି ଥାର ଗାଡ଼ି। ପୂର୍ବ ପ୍ରେମିକ ସୁରଜ୍ ସହ ତାର ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens