Dailyhunt
ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ବାପାର ଲଢେଇ

ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ବାପାର ଲଢେଇ

Odisha News Lens 6 days ago

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପିଲିଭୀତ ଜିଲାରୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜ ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ନିଜ ଜୀବନକୁ ବାଜି ଲଗାଇ ଲଢିଥିଲେ। କୁମ୍ଭୀର ସହ ଲଢେଇ କରି ନିଜ ୧୪ ବର୍ଷର ପୁଅକୁ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ଏହି ଘଟଣା ଜହାନାବାଦ କ୍ଷେତ୍ର ଅନ୍ତର୍ଗତ ନଗରିୟା ସହଗବାଁ ଗାଁର।

ଏଠାକାର ଜଣେ ବାସିନ୍ଦା ପ୍ରେମ ଶଙ୍କର ନିଜ ପୁଅ ମୋହିତ କୁମାରଙ୍କ ସହ ଗହମ ଫସଲ କାଟିବା ପାଇଁ ନଦୀ କଡରେ ଥିବା କ୍ଷେତକୁ ଯାଇଥିଲେ। ହଠାତ୍ ସେହି ସମୟରେ ଏଭଳି ଅଘଟଣ ଘଟିଥିଲା। ନଦୀ କୂଳକୁ ମୋହିତ ଯିବା ମାତ୍ରେ ହଠାତ୍ ପାଣି ଭିତରୁ କୁମ୍ଭୀର ଆକ୍ରମଣ କରିଥିଲା। କୁମ୍ଭୀର ନିଜ ପାଟିରେ ମୋହିତକୁ କ୍ଷତାକ୍ତ କରିବା ସମୟରେ ତା'ର ଚିତ୍କାର ଶୁଣି ମୋହିତଙ୍କ ବାପା ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଯାଇ କୁମ୍ଭୀର ସହ ଲଢେଇ କରିଥିଲେ। ମୋହିତଙ୍କ ବାପା ଓ କୁମ୍ଭୀର ମଧ୍ୟରେ କିଛି ସମୟ ଲଢେଇ ହେବା ପରେ ଶେଷରେ ବାପାର ସାହାସ ସମ୍ମୁଖରେ କୁମ୍ଭୀର ହାର ମାନିଥିଲା। କୁମ୍ଭୀର ପାଟିରୁ ନିଜ ପୁଅକୁ ଟାଣି ଆଣିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens