Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

Odisha News Lens 2 weeks ago

ଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ପରେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ ଦାନ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ହିନ୍ଦୁ ସଂଗଠନ ଭୈରବ ସେନାର ପ୍ରତିଷ୍ଠାତା ସଭାପତି ସନ୍ଦୀପ ଖତ୍ରୀ ବିକେଟିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋହନ ସିଂ ରଙ୍ଗଦଙ୍କୁ ପତ୍ର ଲେଖି ଦାନ ଟଙ୍କା ଚୋରି ଅଭିଯୋଗ ଆଣିବା ପରେ ଘଟଣା ସାମ୍‌ନାକୁ ଆସିଛି।

ଗତ ଶୁକ୍ରବାର ସନ୍ଦୀପ ପଠାଇଥିବା ଚିଠିରେ ଜଣାଇଥିଲେ ଯେ, ବଦ୍ରିନାଥ ଧାମକୁ ମିଳୁଥିବା ଦାନ ଚୋରି ହେଉଥିବା ନେଇ ତାଙ୍କୁ ସୂଚନା ମିଳିଛି। ବିକେଟିସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ଦାନ ଅର୍ଥ ଚୋରି କରୁଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଏତଲା ଦାଏର କରାଯିବା ସହ ଅନିୟମିତତା ଅଭିଯୋଗ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (ବିକେଟିସି) ଏହାର ତଦନ୍ତ ଆରମ୍ଭ କରିଛି।

ଘଟଣା ଉପରେ ନିରପେକ୍ଷ ଓ ତଥ୍ୟଭିତ୍ତିକ ତଦନ୍ତ ଲାଗି ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିକେଟିସି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି। ତଦନ୍ତରୁ କୌଣସି କର୍ମଚାରୀ ଦୋଷୀସାବ୍ୟସ୍ତ ହେଲେ, ଆଇନ ଅନୁଯାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens