Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୌମ୍ୟ ହତ୍ୟା ଘଟଣା: ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ଜେରା

ସୌମ୍ୟ ହତ୍ୟା ଘଟଣା: ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ଜେରା

Odisha News Lens 3 days ago

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ଚତୁର୍ଥ ଦିନରେ ଜାତୀୟ ମାନବାଧିକାର ଆୟୋଗ ଏନଏଚଆରସିର ଛାନଭିନ୍ନ ଜାରି ରହିଛି। ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ମଧ୍ୟ ଜେରା କରାଯାଉଛି। ହାଜର ହୋଇଛନ୍ତି ଜୋନ୍ -୪ ଏସିପି ଅଭିମନ୍ୟୁ ନାୟକ। ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି ଏନଏଚଆରସି।

ସୂଚନାନୁଯାୟୀ, ଗତକାଲି ବହୁ ଚର୍ଚ୍ଚିତ ରାଜଧାନୀ ଉପକଣ୍ଠ ବାଲିଅନ୍ତା ସଙ୍ଗବଦ୍ଧ ହତ୍ୟା ଘଟଣାରେ ମୃତ ସୌମ୍ୟଙ୍କ ବନ୍ଧୁ ଓମ୍ ଓ ଯୁବତୀଙ୍କୁ ଜେରା। ଉଭୟ ଗତକାଲି ଜାତୀୟ ମାନବାଧିକାର ଆୟୋଗ ନିକଟରେ ଜେରା ପାଇଁ ପହଞ୍ଚିଥିଲେ।
ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ଜାତୀୟ ମାନବାଧିକାର ଆୟୋଗ କରୁଛି। ଘଟଣାରେ ମୂଳ କାରଣ କୁହାଯାଉଥିବା ଯୁବତୀ ଜେରା ପାଇଁ ହଜାର ହୋଇଛନ୍ତି। ସେହିପରି ଘଟଣାରେ ସୌମ୍ୟଙ୍କ ସହ ଉପସ୍ଥିତ ଥିବା ବନ୍ଧୁ ଓମ ମଧ୍ୟ ହାଜର ହୋଇଛନ୍ତି। ଘଟଣା ଦିନ ଓମ ସୌମ୍ୟଙ୍କ ସହ ବାଇକରେ ଯାଉଥିଲେ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens