Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସେପ୍ଟେମ୍ବରରୁ ଆରମ୍ଭ ହେବ 'ବିଗ୍ ବସ୍'ର ସିଜିନ୍

ସେପ୍ଟେମ୍ବରରୁ ଆରମ୍ଭ ହେବ 'ବିଗ୍ ବସ୍'ର ସିଜିନ୍

Odisha News Lens 3 weeks ago

ଦେଶର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ 'ବିଗ୍ ବସ୍'ର ୨୦ତମ ସିଜିନ୍ ଘୋଷଣା କରିଛନ୍ତି ନିର୍ମାତାମାନେ। ପୁଣିଥରେ ସଲମାନ ଖାନଙ୍କୁ ତାଙ୍କ ଦମଦାର୍ ଅନ୍ଦାଜରେ ଶୋ'କୁ ହୋଷ୍ଟ କରୁଥିବାର ଦେଖା ଯିବେ । "ବିଗ୍ ବସ୍ ୨୦"ର ପ୍ରଥମ ପ୍ରୋମୋ ପୂର୍ବରୁ ରିଲିଜ୍ ହୋଇସାରିଛି, ଯେଉଁଥିରେ ସଲମାନଙ୍କ ଘୋଡା ସହ ଏଣ୍ଟ୍ରି କରୁଛନ୍ତି ।

"ବିଗ୍ ବସ୍ ୨୦"ର ପ୍ରିମିୟର ୬ ସେପ୍ଟେମ୍ବର, ୨୦୨୬ରେ ହେବ । ସଲମାନ ଖାନଙ୍କ ରିଆଲିଟି ଶୋ' କଲର୍ସ ଟିଭିରେ ପ୍ରସାରିତ ହେବ । ଏହାକୁ ଜିଓ ହଟଷ୍ଟାରରେ ମଧ୍ୟ ଦେଖି ପାରିବେ ।

ପ୍ରୋମୋରେ, ସଲମାନ ଖାନ ଶୋ'ରେ ଆସିବାକୁ ଥିବା ବଡ଼ ଟ୍ବିଷ୍ଟ ବିଷୟରେ ସୂଚନା ଦେଇଛନ୍ତି। ସଲମାନ ଖାନ କହୁଛନ୍ତି, "କରଣ-ଅର୍ଜୁନରେ ଯାହା ଘଟିଥିଲା ତାହା ଏବେ ବିଗ୍ ବସରେ ହେବ... ତଥାସ୍ତୁ। " ଭିଡିଓ ସେୟାର କରି ନିର୍ମାତାମାନେ କ୍ୟାପସନ ଦେଇଛନ୍ତି, ଏକ୍ ସେ ଭଲେ ଦୋ । ତେବେ ବିଗ୍ ବସ୍ ୧୯ର ବିଜେତା ହୋଇଥିଲେ ଗୌରଭ ଖାନା । ଚଳିତ ସିଜିନ୍ ରେ କେଉ କଣ୍ଟେଷ୍ଟାଣ୍ଟସ ଆସିବେ ତାହା ଦେଖିବା ଉକ୍ସାହ ଜନକ ରହିବ ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens