Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶାହରୁଖ, ସଲମାନଙ୍କୁ ଟକ୍କର ଦେବେ ଟମ୍ ହଲାଣ୍ଡ

ଶାହରୁଖ, ସଲମାନଙ୍କୁ ଟକ୍କର ଦେବେ ଟମ୍ ହଲାଣ୍ଡ

Odisha News Lens 4 days ago

ବେ ଭାରତରେ ୫୦୦କୋଟି କଲେକ୍ସନ ଆଡ଼କୁ ଗତି କରୁଛି 'ସ୍ପାଇଡର ମ୍ୟାନ୍ : ବ୍ରାଣ୍ଡ ନ୍ୟୁ ଡେ' । ଏହାସହ ସବୁଠାରୁ ବଡ଼ ପ୍ୟାନ୍ ଇଣ୍ଡିଆ ଷ୍ଟାର୍ ହୋଇଛନ୍ତି ଟମ୍ ହଲାଣ୍ଡ । ଏହି ଫିଲ୍ମର ବଡ଼ ସଫଳତା ପରେ ଏବେ ସୋନୀ ପିକ୍ଚର୍ସ ରିଲିଜିଂ ଇଣ୍ଟରନେଶନାଲ, ଇଣ୍ଡିଆର ଜେନେରାଲ ମ୍ୟାନେଜର ଏବଂ ମୁଖ୍ୟ ଏହାର ଲିଡ୍ ଅଭିନେତା ଟମ୍ ହଲାଣ୍ଡଙ୍କୁ ସବୁଠାରୁ ବଡ଼ ପ୍ୟାନ୍ ଇଣ୍ଡିଆ ଷ୍ଟାର୍ କହିଛନ୍ତି ।

ଟମ୍ ହଲାଣ୍ଡ 'ସ୍ପାଇଡର ମ୍ୟାନ ବ୍ରାଣ୍ଡ ନ୍ୟୁ ଡେ' ମାଧ୍ୟମରେ ଶାହରୁଖ ଖାନ, ସଲମାନ ଖାନ ଏବଂ ପ୍ରଭାସଙ୍କ ଭଳି ଭାରତର ବଡ଼ ସୁପରଷ୍ଟାର୍ସଙ୍କ ବଡ଼ ବଡ଼ ଫିଲ୍ମକୁ ଟକ୍କର ଦେଇଛନ୍ତି । ଓପନିଂ ଓ୍ବିକେଣ୍ଡର କଲେକ୍ସନ ମାମଲାରେ ସେ ଶାହରୁଖ ଖାନ ଏବଂ ସଲମାନ ଖାନଙ୍କ ସବୁଠାରୁ ବଡ଼ ଫିଲ୍ମକୁ ବି ପଛରେ ପକାଇ ଦେଇଛନ୍ତି । ଏହା ପୂର୍ବରୁ କୌଣସି ବି ହଲିଉଡ଼ ଫିଲ୍ମ ଭାରତରେ ଏଭଳି କଲେକ୍ସନ କରିପାରନଥିଲା ।

ସୋନୀ ଇଣ୍ଡିଆର ମୁଖ୍ୟ ଶୋନୀ ପଞ୍ଜିକରଣ ନିକଟରେ ଏକ ସାକ୍ଷାତକାରରେ ଟମ୍ ହଲାଣ୍ଡଙ୍କ ତାରିଫ୍ କରିଛନ୍ତି । ସେ କହିଛନ୍ତି, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ କୌଣସି ବଲିଉଡ଼ ଷ୍ଟାରଙ୍କୁ ବି ଯେଉଁ ରିଆକ୍ସନ ମିଳେ ନାହିଁ ସେଭଳି ରିଆକ୍ସନ ଲୋକ ଟମ୍ ହଲାଣ୍ଡଙ୍କ ଲାଗି ଦେଉଥିଲେ ।

ଟମ୍ ହଲାଣ୍ଡଙ୍କ ଫିଲ୍ମ ' ସ୍ପାଇଡର ମ୍ୟାନ୍ : ବ୍ରାଣ୍ଡ ନ୍ୟୁ ଡେ' ଭାରତରେ ୩୦ଜୁଲାଇ ୨୦୨୬ରେ ରିଲିଜ ହୋଇଥିଲା । ଯାହାକି ଓ୍ବାର୍ଲ୍ଡଓ୍ବାଇଡ୍ ଏହାକୁ ୩୧ଜୁଲାଇରେ ରିଲିଜ କରାଯାଇଥିଲା । ଏହା ଆସିବା କ୍ଷଣି ବକ୍ସ ଅଫିସରେ ବଡ଼ ଧମାକ୍କା କରିଛି ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens