Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ଓ ଅମିର

ସୁଟରଙ୍କ ଟାର୍ଗେଟରେ ଥିଲେ ଅମିତାଭ, ଅକ୍ଷୟ ଓ ଅମିର

ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି। ଟାଇଗରଙ୍କୁ ଟାର୍ଗେଟ୍‌ କରିବା ପୂର୍ବରୁ ଅଭିଯୁକ୍ତମାନେ ତିନି ପ୍ରମୁଖ ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ଆମିର ଖାନ୍‌ଙ୍କ ଘର ନିକଟରେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଟାଇଗର ଆକ୍ରମଣକାରୀଙ୍କ ମୂଳ ଟାର୍ଗେଟ୍‌ ନଥିଲେ।

ଏହି ମାମଲାରେ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ଗୁଳିମାଡ଼ରେ ବ୍ୟବହୃତ ବନ୍ଧୁକ ଯୋଗାଇବା ଅଭିଯୋଗରେ ମୁମ୍ବାଇ ପୁଲିସ ବୁଧବାର ସମୀର ଓ ଜତିନ ନାମକ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହା ପୂର୍ବରୁ ହରିୟାଣା ଓ ଦିଲ୍ଲୀରୁ ଦୁଇ ମହିଳାଙ୍କ ସମେତ ଚାରି ଜଣ ଗିରଫ ହୋଇଥିଲେ। ସେମାନେ ହେଲେ କୁନାଲ, ସୁମିତ, ରାଧା ଓ ବବିତା। ଏହାଛଡ଼ା ରାଜସ୍ଥାନର କୋଟାରୁ ତିନି ଜଣ ଗୁଳିଚାଳକ ଋତିକ, ରେହାନ ଓ ଫୁଲ୍‌ ସିଂହଙ୍କୁ ଗିରଫ କରାଯାଇଥିଲା। ଗୁଜରାଟ ପୁଲିସ ମଧ୍ୟ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଗିରଫ କରିଛି।

ତେବେ ଟାଇଗରଙ୍କୁ ଟାର୍ଗେଟ୍‌ କରିବା ପୂର୍ବରୁ ଅଭିଯୁକ୍ତମାନେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର ଓ ଆମିର ଖାନ୍‌ଙ୍କ ଘର ନିକଟରେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। କଡ଼ା ସୁରକ୍ଷା ଯୋଗୁଁ ସେମାନେ ଯୋଜନା ବଦଳାଇ ଟାଇଗରଙ୍କୁ ଟାର୍ଗେଟ୍‌ କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘର ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ା ଥିବାରୁ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ପାରି ନଥିଲେ। ପରେ ଟାଇଗରଙ୍କ ସୁରକ୍ଷା ଓ ଯାତାୟାତ ସମ୍ପର୍କରେ ଅନୁଧ୍ୟାନ କରି ତାଙ୍କୁ ଟାର୍ଗେଟ୍‌ କରିଥିବା ତଦନ୍ତକାରୀ ସଂସ୍ଥା କହିଛି।

ତଦନ୍ତ ଅନୁଯାୟୀ, ଏହି ଆକ୍ରମଣ ପାଇଁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ୍‌ ଦାୟିତ୍ୱ ନେଇଥିବା ଏକ ସୋସିଆଲ୍‌ ମିଡିଆ ପୋଷ୍ଟ ଭାଇରାଲ୍‌ ହୋଇଥିଲେ ମଧ୍ୟ ତାହାର ସତ୍ୟତା ପୁଲିସ ଯାଞ୍ଚ କରିନାହିଁ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens